jsm

ଭାରତ ସ୍ୱାଭିମାନ ନ୍ୟାସର ସ୍ଥାପନା ଦିବସ ପାଳିତ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗତ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ଆଜି ସେକ୍ଟର-୧୯, ଶାରଳା ମନ୍ଦିର ପ୍ରାଙ୍ଗଣରେ ଭାରତ ସ୍ୱାଭିମାନ ନ୍ୟାସର ସ୍ଥାପନା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହ ଜିଲ୍ଲା ବିଏସ୍‌ଟି ପ୍ରଭାରୀ ନରେନ୍ଦ୍ର କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଯୋଗର ଗୂଢତତ୍ତ୍ଵ ଓ ମାନବ ସମାଜର କଲ୍ୟାଣ ଉପରେ ଆଲୋକପାତ କରିଥିଲେ । ପରମ ପୂଜ୍ୟ ସ୍ୱାମୀଜୀ ରାମଦେବ ମହାରାଜଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମ ଯୋଗୁ ୨୦୦୯ ମସିହା ଜାନୁଆରୀ ୫ ତାରିଖ ଦିନ ଭାରତ ସ୍ୱାଭିମାନ ନ୍ୟାସ ପଞ୍ଜୀକରଣ ହୋଇ ଆତ୍ମ ପ୍ରକାଶ କରିଥିଲା । ଏହାର ମୁଖ୍ୟ ଉଦେଶ୍ୟ ଥିଲା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ସାମାଜିକ ନ୍ୟାୟ, ଶକ୍ତି ଓ ପରିବେଶ ସୁରକ୍ଷା ପାଇଁ ଏକ ବୈପ୍ଳବିକ ଓ କ୍ରାନ୍ତିକାରୀ ପରିବର୍ତ୍ତନ ଆଣି ଭାରତକୁ ସ୍ୱାବଲମ୍ବନଶୀଳ, ସ୍ୱଦେଶୀ ଜ୍ଞାନକୌଶଳ ଏବଂ ବୈଭବଶାଳୀ ଗଢି ତୋଳିବା । ଏହାକୁ ସଫଳରୂପାୟନ କରିବା ଭାରତ ସ୍ୱାଭିମାନ ସହିତ ପତଞ୍ଜଳି ଯୋଗ ସମିତି, ମହିଳା ପତଞ୍ଜଳି ଯୋଗ ସମିତି, ଯୁବା ଭାରତ ଓ କିଷାନ ସେବା ସମିତି ଗଠନ କରାଯାଇ କାର୍ଯ୍ୟକାରୀ କରାଯାଉଛି । ଯୋଗ ମାଧ୍ୟମରେ ବିନା ଅର୍ଥରେ ଲୋକଙ୍କୁ ଯୋଡିବା ସହିତ ସୁସ୍ଥ ବ୍ୟକ୍ତି ନିର୍ମାଣ କରାଯାଉଛି । ଯୋଗ ସହିତ ଯଜ୍ଞ, ଆୟୁର୍ବେଦ, ସ୍ୱଦେଶୀ ଜିନିଷର ଉତ୍ପାଦନ କରି ଜନତାଙ୍କ ମଧ୍ୟରେ ସ୍ୱଦେଶୀ ଜାଗରଣ ସୃଷ୍ଟି କରାଯାଉଛି । ଯୋଗ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହ ସଚେତନତା ସୃଷ୍ଟି କରି ପାରିଛି । ଯୋଗ ପ୍ରାଚୀନ ଭାରତୀୟ ପରମ୍ପରା ଓ ସଂସ୍କୃତିର ଅମୂଲ୍ୟ ବରଦାନ । ଏହାର ଅଭ୍ୟାସ ଶରୀର ଏବଂ ମନ ତଥା ବିଚାର ଏବଂ କର୍ମରେ ଆତ୍ମସଂଯମ, ପୂର୍ଣ୍ଣତାର ଏକାତ୍ମକତା ତଥା ମାନବ ଏବଂ ପ୍ରକୃତି ମଧ୍ୟରେ ସନ୍ତୁଳନ ସ୍ଥାପିତ କରିଥାଏ । ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର, ଜିଲ୍ଲା ବିଏସ୍‌ଟି ମହାମନ୍ତ୍ରୀ ଆରତୀ ସାହୁ, ଜିଲ୍ଲା ମହିଳା ମହମନ୍ତ୍ରୀ ରଞ୍ଜିତା ପାଣିଗ୍ରାହୀ, ଜିଲ୍ଲା ସଂଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯୋଗ ଶିକ୍ଷକ ମାନସ ରଣଜନ ସାହୁ, ବିଷ୍ଣୁପ୍ରିୟା ଦାଶ, କୌଶଲ୍ୟା ପୃଷ୍ଟି, ସସ୍ମିତା ସାହୁ, ଜ୍ୟୋସ୍ନାରାଣୀ ରାଉତ, ଅଜିତ ପୃଷ୍ଟି, କଳ୍ପନା ପଣ୍ଡା, ଅନୁସୂୟା ବାରିକ, ତପସ୍ଵିନୀ ସାହୁ, ରଶ୍ମୀରେଖା ଦାସ, କଳ୍ପନା କୁମ୍ଭାର, ନିବେଦିତା ବେହେରା, ଟିକେଶ୍ୱର୍ କାଲୋ, ସତ୍ୟାନନ୍ଦ ବିଶ୍ଵାଳ, ବିଜୟଲକ୍ଷ୍ମୀ ମହାନ୍ତ, ଗୀତାଞ୍ଜଳି ବେହେରା, ସୀତା ମୁର୍ମୁ, ନିବେଦିତା ବେହେରା, ଉର୍ମିଳା ସାହୁ, ଗଙ୍ଗାଧର ପୁହାଣ, ରେବତୀ ବେହେରା, ଗାୟତ୍ରୀ ମହାନ୍ତିଙ୍କ ସମେତ ବହୁ ଉପସ୍ଥିତ ଥିଲେ । ପରିଶେଷରେ ଏହି କେନ୍ଦ୍ର ପରିଚାରିକା କୁନ୍ତଳା ସା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.