jayashree

ଅଶୁର୍ଲା କ୍ରିକେଟ ପ୍ରିମିୟର ଲିଗ : ଗ୍ୟାମ ଚେଞ୍ଜର ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଶୁର୍ଲା ଗ୍ରାମରେ ଚାଲିଥିବା ଦ୍ଵିତୀୟ ଅଶୁର୍ଲା କ୍ରିକେଟ ପ୍ରିମିୟର ଲିଗ ଉଦ୍‌ଯାପିତ ହୋଇଯାଇଛି ।ଏହି ପ୍ରିମିୟର ଲିଗରେ ଗ୍ୟାମ ଚେଞ୍ଜର, ପାୱାର ହିଟର, ସୁପର କିଙ୍ଗ, ରାଇଜିଙ୍ଗ ଷ୍ଟାର ମୋଟ ୪ ଗୋଟି ଦଳ ଭାଗ ନେଇଥିବା ବେଳେ ଗ୍ୟାମ ଚେଞ୍ଜର, ପାୱାର ହିଟର ଦଳ ଫାଇନାଲରେ ଉତ୍ତୀର୍ଣ୍ଣ ହୋଇଥିଲା । ପ୍ରଥମେ ବ୍ୟାଟିଂ ଗ୍ୟାମ ଚେଞ୍ଜର ଦଳ ୧୦ ଓଭରରେ ୪ ଉଇକେଟ ହରାଇ ୧୩୫ ରନ ସଂଗ୍ରହ କରିଥିଲା ଜବାବରେ ପାୱାର ହିଟର ଦଳ ୧୦ ଓଭର ୯ ଉଇକେଟ ହରାଇ ୮୪ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ଅଶୋକ ବାଗ ଓ ମୁନା ସାହୁ ଖେଳ ପରିଚାଳନା କରିଥିଲେ । ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କପିଲାଭଟା ମା’ ସାହାଜି ଯୁବକ ସଂଘର ସଂଯୋଜକ ପୃଥିରାଜ ବାଗ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ଆଇନଜୀବୀ ସୁଧାଂଶୁ ଦାସ, ଆଇନଜୀବୀ ପ୍ରକାଶ ନାଗ, ଶଶି କପୁର ମହାନନ୍ଦ, ଉତ୍ତର ତାଣ୍ଡି, ପଣ୍ଡିତ ସାହୁ, ପରମାନନ୍ଦ ଛତ୍ରିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ଏଥିରେ ଆୟୋଜକ କମିଟିର କୁନା ସାହୁ, ଦୁଷ୍ମନ୍ତ ଦାସ, ରିଙ୍କୁ ସାହୁ, ଧର୍ମେନ୍ଦ୍ର ଦାସ, ଚୈତନ୍ୟ ମହାନନ୍ଦ, ଧର୍ମେସ ସଗରିଆ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.