ଆଦ୍ୟାଶକ୍ତି ନାରୀ ସଂଗଠନର ବାର୍ଷିକ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦ୍ୟାଶକ୍ତି ନାରୀ ସଂଗଠନର ପ୍ରତିଷ୍ଠା ଦିବସ ମାଳତୀ ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଦୈନିକ ବଜାର ଶିଶୁ ବାଟିକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ କଲେଜ ଛକ ଶିଶୁ ମନ୍ଦିରର ଗୁରୁମା ସନ୍ତୋଷିନୀ ସାହୁ ମୁଖ୍ୟ ଅତିଥି, ଲେଖିକା ଲିଲି ପଟେଲ ମୁଖ୍ୟବକ୍ତା ଓ ଉପଦେଷ୍ଟା ମଦନ ମୋହନ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନାରୀ ପରିବାରକୁ ଗଢେ ଓ ଦେଶ ଓ ବିଶ୍ୱକୁ ଯୋଗିବାରେ ତାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଆରମ୍ଭରେ ମିନତୀ ଗୁରୁ, ଆରତୀ ମିଶ୍ର, ନିରୁପମା ମିଶ୍ର, ଶୋଭିନୀ ମହାଲିଙ୍ଗ, ରାଜଶ୍ରୀ ତ୍ରିପାଠୀ, ରଶ୍ମି ପାତ୍ର ଓ କମୋଦିନୀ ପୃଷ୍ଠି ସ୍ୱାଗତ ସଂଗୀତ ଗାନ କରିଥିଲେ । ସଂପାଦକ କସ୍ତୁରୀ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ । ଉକ୍ତ ସମାରୋହରେ “ଆଦ୍ୟାଶକ୍ତି ସମ୍ମାନ” ଶ୍ରୀମୟୀ ହେମଲତା ସାହୁଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ଆଦର୍ଶ ଗୃହିଣୀ ଭାବରେ ଅନୁସୟା ସ୍ମୃତି ସମ୍ମାନ ରାସେଶ୍ୱରୀ ମିଶ୍ର, ଲଳିତା ଖୁଆସ ସ୍ମୃତି ସମ୍ମାନ ଗୀତାଞ୍ଜଳି ଗୁରୁ ଓ ବିଦୟାରାଣୀ ପରିଚ୍ଛା ସ୍ମୃତି ସମ୍ମାନ ମିନତୀ ବକ୍ସିଙ୍କୁ ପ୍ରଦାନ କରାଯାଇଥିଲା । ମଂଚ ପରିଚାଳନା କରିଥିଲେ ନିରୁପମା ପାଣିଗ୍ରାହୀ ଓ କବିତା ମିଶ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ନିହାରିକା ମିଶ୍ର । ଶେଷରେ ଆଦ୍ୟାଶକ୍ତି ନାରୀ ସଂଗଠନର କର୍ମକର୍ତ୍ତାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଅନୁପ୍ରିୟା ମିଶ୍ର, ବିଣାପାଣୀ ଆଚାର୍ଯ୍ୟ, କୁସୁମ ଶତପଥି, ଚନ୍ଦନ ପାଞ୍ଚାଲ, ଦିପ୍ତୀମୟୀ ମିଶ୍ର, ସଂଯୁକ୍ତା ମିଶ୍ର, ସରୋଜା ମାଝି, ଡ. ସନ୍ଧ୍ୟାରାଣୀ ପଣ୍ଡା, ସୌଦାମିନୀ ମିଶ୍ର ଓ ପୂଜ୍ୟପୂଜା ସେବା ସଂଗଠନ ଏବଂ ଶିଶୁ ବିକାଶ କେନ୍ଦ୍ରର କର୍ମକର୍ତ୍ତା ଗଣ । କୁଇଜ କାର୍ଯ୍ୟକ୍ରମକୁ ପରିଚାଳନା ରାଜଶ୍ରୀ ତ୍ରିପାଠୀ ଓ କୁମୁଦିନୀ ମିଶ୍ର ପରିଚାଳନା କରିଥିଲେ । ଶେଷରେ ଆରତୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.