
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ମାସ ୨୪ରୁ ୩୦ ପର୍ଯ୍ୟନ୍ତ ଛତିଶଗଡର ରାଜନନ୍ଦନଗାଁ ଦିଗବିଜୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ଓଡିଶାର ବିଭିନ୍ନ ଜିଲ୍ଲାରୁ ମୋଟ ୫୭ ଜଣ ଖେଳାଳି ଓ ୪ ଜଣ ଅଫିସିଆଲ ଅଂଶଗ୍ରହଣ କରିବେ । ବଲାଙ୍ଗିରର ଖେଳାଳିମାନେ ହେଲେ ଆଲୋକ ନାଏକ, ରୁସ୍ତମ ନାଏକ, ମହମ୍ମଦ ଆସିଫ ନିଜ ନିଜ ବିଭାଗରେ ଅଂଶ ଗ୍ରହଣ କରିବେ ବୋଲି ବଲାଙ୍ଗିର ଜିଲ୍ଲା ଉଷୁ କୋଚ୍ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ଏବଂ ଉଷୁ ସଂଘର ସଭାପତି ତପନ ପାଣିଗ୍ରାହୀ ସଫଳ କାମନା କରିଛନ୍ତି ।