ପ୍ରଭାକର ରଥଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ଠାରେ ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଏକ ଶହ ପାଂଚତମ ଜୟନ୍ତୀ ପାଳନ ପାଇଁ ଡ. ପ୍ରେମଚାନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଜାନୁୟାରୀ ଏକ ତାରିଖରେ ଜୟନ୍ତୀ ପାଳନ ସହିତ ସମାଜସେବା ପାଇଁ ଉଲ୍ଲେଖ୍ୟନୀୟ ଯୋଗଦାନ ପାଇଁ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ଶତପଥିଙ୍କୁ “ବାଧିତ ଜନବନ୍ଧୁ ପ୍ରଭାକର ରଥ ସେବା ସମ୍ମାନ ୨୦୨୫” ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ସଭାରେ ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ର, ସଂପାଦକ ସୁନାଧର ବନଛୋର, ଆଦ୍ୟାଶକ୍ତି ନାରୀ ସଂଗଠନର ସଭାପତି ମାଳତୀ ଉଦ୍‌ଗାତା, ସଂପାଦକ କସ୍ତୁରୀ ରଥ, ଶିଶୁ ବିକାଶ କେନ୍ଦ୍ରର ସଂପାଦକ ମଧୁ ସାହୁଙ୍କ ସହିତ ବିବେକାନନ୍ଦ ମିଶ୍ର, ରତ୍ନମୟ ତ୍ରିପାଠୀ, ମଦନ ମୋହନ ରଥ, ଧିରେନ୍ଦ୍ର ନାରାୟଣ ସିଂହଦେଓ, ସିତାଂଶୁ ଶେଖର ନାୟକ, ଦୁର୍ଗା ଚରଣ ସାହୁ, ଅରୁଣ ଖୁଆସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡା. ଅଶୋକ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.