jayashree

ମାଓବାଦୀ ଭୟରେ ଗାଁ ଛାଡ଼ିଦେଲେ ୮୫ ପରିବାର

ଚିତ୍ରକୋଣ୍ଡା : ପୁଣି ମାଓବାଦୀ ଭୟରେ ଭିଟାମାଟି ଛାଡିଲେ ସ୍ୱାଭିମାନ ଅଞ୍ଚଳର ୮୫ ପରିବାର । ଗତକାଲି ଠାରୁ ଆସି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ସରକାରୀ ଫଳ ବଗିଚା ନିକଟରେ ଅଵସ୍ଥାପନ କରୁଛନ୍ତି । ସେମାନଙ୍କ କହିବା ଅନୁସାରେ ସେମାନଙ୍କ ପାଖରେ ସଦାସର୍ବଦା ମାଓବାଦୀ ଚାପ ଓ ମାଓବାଦୀଙ୍କ ଭୟ ରହୁଛି ଏବଂ ଜୀବନ ବଞ୍ଚାଇବା ନିମନ୍ତେ ଆସିଛନ୍ତି । ଯାହାଫଳରେ ଭୟରେ ଭିଟାମାଟି ଛାଡି ସେମାନେ ଚିତ୍ରକୋଣ୍ଡାରେ ସରକାରୀ ଜାଗାରେ ରହୁଛନ୍ତି । ଭିଟାମାଟି ଛାଡିଥିବା ୮୫ ପରିବାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯୋଡ଼ାମ୍ଭ, ପନସପୁଟ, ଅଣ୍ଡରାପାଲି ଓ ନାକାମାମୁଡ଼ି ଗ୍ରାମପଞ୍ଚାୟତର ଅଧିବାସୀ ଅଟନ୍ତି ।

Leave A Reply

Your email address will not be published.