oom

ବାଲୁଙ୍କେଶ୍ୱର ବିଦ୍ୟାପୀଠର ୧୯୯୬ ମାଟ୍ରିକ ବ୍ୟାଚ ସହପାଠୀ ବର୍ଗଙ୍କ ବଂଧୁ ମିଳନ

jsmm

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ ଦେଉଳି ସ୍ଥିତ ପୁରାତନ ଶିକ୍ଷାୟତନ ବାଲୁଙ୍କେଶ୍ୱର ବିଦ୍ୟାପୀଠର ୧୯୯୬ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ବଂଧୁ ମିଳନ ପର୍ଵ ଆଧ୍ୟାତ୍ମିକ ପୀଠ କଳପଡା କଦମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବରେ ସହପାଠୀମାନେ ପୁରୁଣା ଦିନର ସ୍ମୃତି ଅନୁଭୂତିକୁ ମନେପକାଇବାସହ ବନ୍ଧୁତା ଶବ୍ଦର ବାସ୍ତବତା ଉପରେ ସମୀକ୍ଷା କରି ଖୁସି ଅନୁଭବ କରିଥିଲେ । ପରମ୍ଭରରେ ମନ୍ଦିରରେ ପୂଜାର୍ଚ୍ଚନା ପରେ ଅଗାମୀ ଦିନରେ ବ୍ୟାଚର ୨୫ବର୍ଷର ସିଲଭର ଜୁବୁଲି ପାଳନ ପାଇଁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ବିଦ୍ୟାଳୟର ପୁରାତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ସ୍ଥିର କରାଯାଇଛି । ଏହି ବଂଧୁ ମିଳନ ପର୍ଵରେ ସମସ୍ତ ବଂଧୁମାନଙ୍କ ସହ ଦିପକ କୁମାର ସ୍ୱାଇଁ, ପ୍ରଦୀପ୍ତ କୁମାର ସେଠୀ, ପ୍ରଦୀପ କୁମାର ଲେଙ୍କା, ଇଂ.ସେବକ ଶ୍ରୀକାନ୍ତ, ଉମାଶଙ୍କର ନନ୍ଦ, ପିତାମ୍ବର ମୁଦୁଲି, ଜ୍ୟୋତିରଞ୍ଜନ ପରିଡା, ଦେବକାନ୍ତ ସାହୁ, ସୀତାକାନ୍ତ ବେହେରା, ବିମଳ ପତି, ପ୍ରଭାତ କୁମାର ଜେନା, ଲୋଚନ ବେହେରା, ସନ୍ୟାସୀ ମହାପାତ୍ର, ଶରତ ପାଣି, ସୁନିଲ ସହାଣୀ, ଅରବିନ୍ଦ ପରିଡା, ସୁମିତ୍ରା ପତି, ଅନୁପମା ପତି, ନିବେଦିତା ପତି, ମାନସି ପତି, ମନୋରମା ତ୍ରିପାଠୀ, ସସ୍ମିତା ଦାଶ, କୁମୁଦିନି ନାୟକ, ମମନା କର, ରିତାରାଣୀ ବେହେରା ପ୍ରମୁଖ ଉପସ୍ଥିତଥିଲେ ।

jittmm
Leave A Reply

Your email address will not be published.