ନୃସିଂହନାଥ – ହରିଶଙ୍କର ମନ୍ଦିର ପରିଦର୍ଶନ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କ ଗୁପ୍ତ ଏଜେଣ୍ତା ସରକାର ପ୍ରକାଶ କରନ୍ତୁ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ଏକ ତୋଫାନୀ ଗ୍ରସ୍ତରେ ହେଲିକେପ୍ଟର ଯୋଗେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ଗନ୍ଧମାର୍ଦ୍ଦନ ପାହାଡର ଉଭୟ ପାଖରେ ଥିବା ନୃସିଂହନାଥ ଓ ହରିଶଙ୍କର ମନ୍ଦିର ପରିଦର୍ଶନରେ ଆସିଥିଲେ । ଏହି ଗସ୍ତର କିଛି ଗୁପ୍ତ ଏଜେଣ୍ତା ଅଛି କି ବୋଲି ପଦ୍ମପୁରର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏକ ପ୍ରେସ ବିଜ୍ଞପ୍ତିରେ ସରକାରଙ୍କ ଠାରୁ ସ୍ପଷ୍ଟି କରଣ ଚାହିଁଛନ୍ତି । ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି ଯେ, ଗତ ୧୧ ବର୍ଷ ତଳେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୃସିଂହନାଥ ମନ୍ଦିର ପରିଦର୍ଶନରେ ଆସିଥିଲେ ଓ ପର୍ୟ୍ୟଟନ ସ୍ଥଳୀର ସମସ୍ତ ପ୍ରକାର ବିକାଶ ମୂଳକ କାର୍ୟ୍ୟ କରାଯିବ ବୋଲି ଘୋଷଣା କରି ଯାଇଥିଲେ । ରାଜ୍ୟ ସରକାର ପଶ୍ଚିମ ଓଡିଶାର ଏହି ପ୍ରମୁଖ ପର୍ୟ୍ୟଟନ ସ୍ଥଳୀ ନୃସିଂହନାଥ ଓ ହରିଶଙ୍କର କୌଣସି ପ୍ରକାର ବିକାଶ କଲେ ନାହିଁ ଓ ୧୧ ବର୍ଷ ପରେ ପୁଣି ଥରେ ରାଜ୍ୟ ସରକାର ଏହି ୨ପର୍ୟ୍ୟଟନ ସ୍ଥଳୀକୁ ମନେ ପକାଇ ଥିବାରୁ ମୁଁ ସ୍ବାଗତ କରୁଛି । ଗନ୍ଧମାର୍ଦ୍ଦନ ପାହାଡର ପ୍ରାକୃତିକ ଶୋଭାରେ ଭରପୂର ଏହି ଦୁଇ ପର୍ୟ୍ୟଟନ ସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ମୁଁ ସ୍ବାଗତ କରୁଛି । ଏକଦା ଗୌତମବୁଦ୍ଧଙ୍କ ପଟଶିଷ୍ୟ ନାଗାର୍ଜୁନ ‌ଦ୍ୱାରା ଗନ୍ଧମାର୍ଦ୍ଦନ ପାହାଡରେ ପ୍ରତିଷ୍ଠିତ ବୌଦ୍ଧ ବିଶ୍ବବିଦ୍ୟାଳୟକୁ ଚିହ୍ନଟ ଓ ତାର ସୁରକ୍ଷା, ନୃସିଂହନାଥରୁ ହରିଶଙ୍କର ଭିତରେ ଯାତ୍ରୀମାନଙ୍କ ପାଇଁ ରୁପୱେ ନିର୍ମାଣ, ଯାତ୍ରୀ ମାନଙ୍କ ପାଇଁ ରହିବାର ପର୍ୟ୍ୟପ୍ତ ବ୍ୟବସ୍ଥା, ନୃସିଂହନାଥ ହରିଶଙ୍କରକୁ କେନ୍ଦ୍ରୀୟ ପର୍ୟ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ଏବଂ ସର୍ବୋପରି ଗନ୍ଧମାର୍ଦ୍ଦନ ପାହାଡରେ ଉପଲବ୍ଧ ୨୨ ଶହ ପ୍ରକାରର ଦୁର୍ଲିଭ ବନୌଷଧିର ସୁରକ୍ଷା ସହ ଏକ ଔଷଧୀୟ ପ୍ରକଳ୍ପ ସ୍ଥାପନା କଲେ ଏହି ପର୍ୟ୍ୟଟନ ସ୍ଥଳୀର ବିକାଶ ହେବା ସହ ସ୍ଥାନୀୟ ଯୁବକମାନଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ପୁରୋହିତ ମତ ପ୍ରକାଶ କରି ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି ତେବେ ଚଳିତ ବଜେଟ ଅଧିବେଶନରେ ରାଜ୍ୟ ସରକାର ପାଣ୍ଠିର ବ୍ୟବସ୍ଥା କରନ୍ତୁ । ବେଦାନ୍ତ କଂପାନିକୁ ବକ୍ ସାଇଟ୍ ଯୋଗାଇ ଦେବା ପାଇଁ ଗନ୍ଧମାର୍ଦ୍ଦନକୁ ସଚିବ ମାନଙ୍କ ଗ୍ରସ୍ତର ଯଦି ଗୁପ୍ତ ଏଜେଣ୍ତା ଅଛି ତେବେ ରାଜ୍ୟ ସରକାର ଏହାକୁ ପ୍ରକାଶ କରନ୍ତୁ । ଯଦି ଗନ୍ଧମାର୍ଦ୍ଦନରେ ଖଣିଖନନର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଅଛି ତେବେ ଏହାକୁ ପଶ୍ଚିମ ଓଡିଶା ବାସୀ ବରଦାସ୍ତ କରିବେ ନାହିଁ ବୋଲି ଶ୍ରୀ ପୁରୋହିତ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.