ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଖର୍ଲିକାନି ସ୍ଥିତ ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଆଜି ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଛି । ବିଦ୍ୟାଳୟର ସମ୍ପାଦକ ସଞ୍ଜୀବ କୁମାର ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡକ୍ଟର ପ୍ରତାପ କୁମାର ଦାଶ ଇଂରାଜୀ ବିଭାଗର ମୁଖ୍ୟ ଏବଂ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ । ସେ ଜଣେ ଲେଖକ ମଧ୍ୟ । ସମ୍ମାନିତ ଅତିଥି ଭାବରେ ସହ ସଭାପତି ଆଶିଷ କୁମାର ରଥ, ଶିକ୍ଷା ନିର୍ଦ୍ଦେଶିକା ନିଲମ ରଥ, ଅଧ୍ୟକ୍ଷ ପ୍ରତାପ କୁମାର ଜେନା ଓ ପ୍ରି. ପ୍ରାଇମେରୀ ବିଭାଗର ପ୍ରଧାନ ଶିକ୍ଷୟିତ୍ରୀ, ସହ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ରହି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥଲେ । ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସହସ୍ରାଧିକ ଉପସ୍ଥିତ ଅଭିଭାବକମାନେ ବିଦ୍ୟାଳୟର ସଫଳତା ସମ୍ପର୍କରେ ବାଖାଣିଥିଲେ । ବିଦ୍ୟାଳୟର ସଭାପତି ଓ ଏକାଡେମି ନିର୍ଦ୍ଦେଶିକା ମୁଖ୍ୟ ଅତିଥି ଡ. ଦାଶଙ୍କୁ ଉପଢୌକନ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିବା ବେଳେ ଅଧକ୍ଷ ଶ୍ରୀ ଜେନା ବାରିସ୍କ ବିତରଣୀ ପଠନ କରିଥିଲେ ଏବଂ ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁସ୍ମିତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।
Next Post