ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ “ସପ୍ତଶକ୍ତି ସଂଗମ କାର୍ଯ୍ୟକ୍ରମ” ଅନୁଷ୍ଠିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଚନ୍ଦନଭାଟିରେ “ସପ୍ତଶକ୍ତି ସଂଗମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ଅନୁପମା ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ଗାୟତ୍ରୀ ପରିବାର ସଦସ୍ୟା ଶ୍ରୀମତୀ ମୋକ୍ଷଦା ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶ୍ରୀ ଗଣେଶ କରିଥିଲେ ତଥା “ପର୍ଯ୍ୟାବରଣ ଓ କୁଟୁମ୍ବ ପ୍ରବୋଧନରେ ମହିଳାଙ୍କ ଭୂମିକା” ଉପରେ ନିଜର ବକ୍ତବ୍ୟ ରଖିଥିଲେ । ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶି ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ଶ୍ରୀମତୀ ସରିତା ପାଣିଗ୍ରାହୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କଥନ କରିଥିବା ବେଳେ ଆଚାର୍ଯ୍ୟା ରଶ୍ମିତାମୟୀ ଦାଶ ସଭା ସଂଯୋଜନା କରିଥିଲେ । ମାତୃମଣ୍ଡଳୀଙ୍କ ଦ୍ୱାରା ସାମୁହିକ ଗୀତ ଗାନ କରାଯାଇଥିଲା । ଏହି ଅବସରରେ ମାଆ ମାନଙ୍କୁ ନେଇ ପ୍ରଶ୍ନମଞ୍ଚ ଅନୁଷ୍ଠିତ ହୋଇଥିଲା ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଭଉଣୀ ମାନଙ୍କ ମାଆ କାଳୀ, ଦୁର୍ଗା, ଲକ୍ଷ୍ମୀ, ଦୁର୍ଗାବତୀ, ଲକ୍ଷ୍ମୀବାଈ ଆଦି ବେଶ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା । ଆଚାର୍ଯ୍ୟା ଶ୍ରୀମତୀ ତୁଳସୀ ବଢେଇ ସଂକଳ୍ପ ପାଠ କରାଇଥିବା ବେଳେ ଶ୍ରୀମତୀ ଅର୍ପନା ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟା ସୁଶ୍ରୀ ଭାନୁମତୀ ଉଦୁରକୁଲିଆ ଫଟୋ ଉତ୍ତୋଳନ କରିଥିବା ବେଳେ ଆଚାର୍ଯ୍ୟା ଶେଷକାନ୍ତି ମଲ୍ଲିକ ଓ ମମତା ମଲ୍ଲିକ ପୁରସ୍କାର ବିତରଣରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ମାଆ ଉପସ୍ଥିତ ଥିଲେ । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପିତ ହୋଇଯାଇଛି ।

Leave A Reply

Your email address will not be published.