ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାଜପାର ମାଣ୍ଡୋସିଲ ମଣ୍ଡଳ ସଭାପତି ଯତୀନ ସାହୁ ଛିନ୍ଦେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ରନ୍ଧାଘର ଅତ୍ୟନ୍ତ ଦୟନୀୟ ଅଛି । ଉପର ଛାତ ଭାଙ୍ଗି ଗଲାଣି ତଥା ସବୁଆଡେ ମୂଷା ଗାତ ହୋଇଯାଇଛି । ତା ସହିତ ଚାଉଳ ରଖିବାକୁ ପର୍ଯ୍ୟାପ୍ତ ଗୋଦାମ ନାହିଁ । ଏଣୁ ଅସୁବିଧା ହେଉଛି । ତା’ ସହିତ ବର୍ତ୍ତମାନ ଶିକ୍ଷକ ସମସ୍ୟା । ବିଇଓ ମହୋଦୟ ମାସକ ଭିତରେ ଦୁଇଜଣ ଶିକ୍ଷକ ବଦଳି କରିସାଲିଲେଣି । କିନ୍ତୁ ଏ ପର୍ଯ୍ୟନ୍ତ ଜଣେ ହେଲେବି ଆସି ନାହାନ୍ତି । ବର୍ତ୍ତମାନ ପରୀକ୍ଷା ପାଖେଇ ଆସିଲାଣି । ତଥାପି ଶିକ୍ଷା ବିଭାଗର ନଜର ନାହିଁ । ଏହି ସବୁ ଅବ୍ୟବସ୍ଥାକୁ ବିଦ୍ୟାଳୟ ସଭାପତି ସନ୍ତୋଷ କୁମାର ପାଢ଼ୀ ଉପସ୍ଥାପନା କରିଥିଲେ । ଏ ବିଷୟରେ ସାଂସଦଙ୍କ ସହ ଆଲୋଚନା କରି ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଥିଲେ ଶ୍ରୀ ସାହୁ । ବିଶିଷ୍ଟ ସମାଜସେବୀ ରଜନୀ କାନ୍ତ ସାହୁ, ବିନୋନ୍ଦ ସାହୁ, ଯୋଗରାଜ ହଂସ ମଧ୍ୟ ଉପସ୍ଥିତ ଥିଲେ । ମଣ୍ଡଳ ସଭାପତିଙ୍କ ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରାଯାଉଛି ।
Next Post