pr

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁଲୋଚନା ପୁରୋହିତଙ୍କ ଦାନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପାଇକମାଲ ପୁରୋହିତ ହେଟୋଲର ପ୍ରତିଷ୍ଠାତା ‌ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ଧର୍ମପତ୍ନୀ ସୁଲୋଚନା ପୁରୋହିତ ଆଜି ଶ୍ରୀରାମ ଭକ୍ତ ମାନଙ୍କୁ ୧୫ ହଜାର ୬ ଶହ ଟଙ୍କା ଦାନ ପ୍ରଦାନ କରିଛନ୍ତି । ରାମ ଭକ୍ତମାନଙ୍କୁ ଦାନ ଦେବା ପରେ ଶ୍ରୀମତୀ ପୁରୋହିତ ଖୁସିରେ ବିଭୋର ହୋଇ ପୁରୁଷୋତ୍ତମ ରାମଚନ୍ଦ୍ର ଭଗବାନଙ୍କ ମନ୍ଦିର ନିର୍ମାଣରେ ଯତ୍ କିଂତିତ ସହାୟତ କରି ନିଜକୁ ଧନ୍ୟ ମନେ କରିଥିଲେ । ଦାନ ରାଶି ସଂଗ୍ରହ ସମୟରେ ସାନପୁଅ ପଦ୍ମପୁରର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବଡପୁଅ ଶ୍ରୀ ବିଜୟ କୁମାର ପୁରୋହିତ ସମେତ ତାଙ୍କର ୪ ଜଣ ବହୁ ଉପସ୍ଥିତ ଥିଲେ । ଦାନରାଶି ସଂଗ୍ରହ ଅଭିଯାନରେ ରାମଭକ୍ତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ୟ୍ୟକର୍ତ୍ତା ଓମ୍ ପ୍ରକାଶ ମେହେର, ଜିଲ୍ଲା ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଅଗ୍ରୱାଲ, ବିଜେପି ବରିଷ୍ଠ କର୍ମକର୍ତ୍ତା ସରୋଜ ସାମଲ, ପାଇକମାଲ ସର‌ସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଚାର୍ୟ୍ୟ ସଦାନନ୍ଦ ବାରିକ, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

nrusinghnath
Leave A Reply

Your email address will not be published.