csstore

ପେନସନର୍ସ ଫେଡେରେସନ ପକ୍ଷରୁ ସରକାରଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପେନସନର୍ସ ଭେଲିଡେସନ ଆକ୍ଟ-୨୫ ବାତିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ବିତ୍ତ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଫେଡେରେସନ ପକ୍ଷରୁ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ସର୍ବଭାରତୀୟ ରାଜ୍ୟ ପେନସନର୍ସ ଫେଡେରେସନର ଆହ୍ଵାନ କ୍ରମେ ଗଞ୍ଜାମ ଜିଲ୍ଲା ଶାଖା ଫେଡେରେସନର ଗତ ୧୭ ତାରିଖରେ ପେନସନର୍ସ ଦିବସ ସ୍ତାନୀୟ ଏନ. ଜି.ଓ. ହଲ୍ ଠାରେ ପାଳନ କରାଯାଇଥିଲା । ପେନସନର୍ସମାନେ ସମ୍ମାନ ସହ ଜୀବନ ଯାପନ ପାଇଁ ଗ୍ୟାରେଣ୍ଟି ପ୍ରଦାନ କରିବାକୁ ଯୋଗଜନ୍ମା ଡି. ଏସ୍. ନାକରାଙ୍କ ବଳିଷ୍ଠ ନେତୃତ୍ୱରେ ମାନ୍ୟବର ସୁପ୍ରିମକୋର୍ଟ ୧୯୮୨ ଡିସେମ୍ବର ୧୭ ତାରିଖରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ । ପେନସନର କାହାର ଦୟାର ପାତ୍ର ନୁହେ ବା’ କୌଣସି ଅନୁଦାନ ନୁହେଁ । ଅତୀତର ସେବା ପାଇଁ ଏହା ଏକ ସରକାରଙ୍କର ଏକ ନୈତିକ ଦାୟିତ୍ଵ ଅଟେ ବୋଲି ମତ ରଖିଥିଲେ । ବୃଦ୍ଧାବସ୍ଥାରେ ସମ୍ମାନ ସହ ବଞ୍ଚିବାର ଅଧିକାର ଅଟେ । ଏହା ଦେଶର ହିତ ସାଧନ କରିଥିବା ସମସ୍ତ କର୍ମଚାରୀ, ସାମ୍ବାଦିକମାନଙ୍କୁ ପେନସନ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଥିଲା । ଗତ ମାର୍ଚ୍ଚ ମାସର ଅର୍ଥ ବିଲ ପାରିତ ସମୟର ଭେଲିଡେ଼ସନ ଏକ୍ଟ ବିଲ ଆଣି ପେନସନ ଭୋଗୀଙ୍କ ଅଧିକାରକୁ ସଙ୍କୁଚିତ କରିବା ପାଇଁ ଏକ ସହଯନ୍ତ୍ରକୁ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରି ଏକ ସ୍ମାରକପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ, ବିତ୍ତ ମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏନ.ଜି.ଓ. ହଲ୍ ଠାରୁ ମଟର ସାଇକେଲ ଏକ ରାଲିରେ ବାହାରି ଛତ୍ରପୁର ଯାଇ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯିବା ପାଇଁ ସ୍ଥିର କରାଗଲା । ଉକ୍ତ ରାଲିରେ ଗଞ୍ଜାମ ଜିଲ୍ଲା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ସଭାପତି ପ୍ରଦୀପ କୁମାର ସାହୁ, ସମ୍ପାଦକ ଅଶୋକ କୁମାର ଦଳାଇ, ଉପ-ସଭାପତି ସୁବାଷ ଚନ୍ଦ୍ର ମିଶ୍ର, ସହ ସମ୍ପାଦକ ମିହିର କାନ୍ତ ମହାପାତ୍ର, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର ପଣ୍ଡା, ବିଭୂତି ଭୂଷଣ ଜେନା, ସମୀର କୁମାର ଆଚାର୍ଯ୍ୟ କବିରାଜ ସାହୁ ସୋମନାଥ ସାହୁ ଅଶ୍ୱିନୀ କୁମାର ସାହୁ, ଦେବେନ୍ଦ୍ର ନାଥ ସାହୁ, ଉଦ୍ଧବ ସାହୁ, ଦଣ୍ଡପାଣି ରେଡ୍ଡୀ, ନରେନ୍ଦ୍ର କୁମାର ପଣ୍ଡା, ଇ. କନ୍ୟା କୁମାରୀ, ମହାସଂଘ ସଦସ୍ୟ କାମରାଜୁ ମହାରଣା, ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହାର ନେତୃତ୍ୱ ନେଇଥିଲେ ।

jayashree
Leave A Reply

Your email address will not be published.