ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜମ ବିଜ୍ଞାପିତ ଅଞ୍ଚଳ ଅଧିନସ୍ତ ୩ ନମ୍ବର ୱାର୍ଡ ଦୁର୍ଗାଦେବୀ ମନ୍ଦିର ସମ୍ମୁଖରେ ଯାଇଥିବା ପାଇପ ଫାଟି ରାସ୍ତାରେ ପାଣି ଭାସୁଥିବା ଦେଖିବାକୁ ମିଳିଛି । ଯାହାକୁନେଇ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟରେ ଘୋର ଅସନ୍ତୋଷ ପରିଲକ୍ଷିତ ହୋଇଛି । ସୂଚନାଯୋଗ୍ୟଯେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇମାସ ତଳେ ନୂଆକରି ପାଇପ ଲାଇନ ବିଛା ଯାଇଥିଲା । କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ରାତିଆଧିଆ ତରବରିଆ ଭାବେ ରାସ୍ତା ଖୋଳି ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ କାର୍ଯ୍ୟ ହୋଇଥିବା ଯୋଗୁଁ କମ୍ ଦିନ ମଧ୍ୟରେ ପାଇପ ଲାଇନ ସଂଯୋଗରେ ସମସ୍ୟା ଉପୁଜି ରାସ୍ତା ଉପରକୁ ପାଣି ଆସିଯାଇଥିବା ବୁଦ୍ଧିଜୀବୀ ମହଲରୁ ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବୀ କ଼ରାଯାଇଛି ।