ମାଁ ସାହାଜୀ ଯୁବକ ସଂଘ କପିଲାଭଟାର ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜୀ ଯୁବକ ସଂଘ କପିଲାଭଟାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ଆଜି ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଡିସେମ୍ବର ୧୮ ତାରିଖ ଦିନ ରୌପ୍ୟ ଜୟନ୍ତୀ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଅଞ୍ଚଳର ବିଭିନ୍ନ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡିଛି । ଆସନ୍ତା ୧୮ ତାରିଖ ଦିନ ମଧ୍ୟାହ୍ନରେ ମାଁ ସାହାଜିକଟେନଙ୍କ ପୀଠରୁ ମଶାଲ ଯାତ୍ରା ଓ ସନ୍ଧ୍ୟାରେ ରୌପ୍ୟ ଜୟନ୍ତୀ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରୁ ଛଉ ନୃତ୍ୟ ସହ ଅଞ୍ଚଳ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ସମ୍ପାଦକ ହୁଲେଶ୍ୱର ହଂସ ସଭା ପରିଚାଳନା କରିଥିଲେ । ଏହି ବୈଠକରେ ସଂଯୋଜକ ପୃଥ୍ୱୀରାଜ ବାଗ, ସୁନୀଲ କୁମାର ବିଶି, ପୂର୍ବତନ ସମ୍ପାଦକ ପରମାନନ୍ଦ ଛତ୍ରୀଆ, ଜିତେନ୍ଦ୍ର ହଂସ, ରଜତ କୁମାର ବିଶି, ଦେବାଶିଷ ବିଶି, ସୁଭାଶିଷ ବିଶି, ନିଲେଶ ହଂସ, ପ୍ରକାଶ ହଂସ, ଚନ୍ଦ୍ରଶେଖର ବିଶି, ଅଭିଷେକ ହଂସ, ନିତ୍ୟା ହଂସ, ଟୁନା ହଂସ, ରଶ୍ମିରଞ୍ଜନ ହଂସ, ସୁରେନ୍ଦ୍ର ବିଶିଙ୍କ ସହ ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.