ବାଲିଗୁଡା ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ନୂଆସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଏବଂ ସମ୍ମାନିତ ଅତିଥି ଭାବେ ପଦ୍ମଲୋଚନ ପଣ୍ଡା ଯୋଗ ଦେଇ ଦୀପ ଧୂପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବାଲିଗୁଡା ବ୍ଲକର ୩୮ଟି ବିଦ୍ୟାଳୟର ୧୦୧ ଜଣ ଛାତ୍ରଛାତ୍ରୀ କୁଇଜରେ ଭାଗ ନେଇଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ବ୍ଲକର ବରିଷ୍ଠ ପ୍ରଧାନ ଶିକ୍ଷକ ଶିଶିରକାନ୍ତ ପଣ୍ଡା, ଶିଶିର କାନ୍ତ ଦାସ, ଶ୍ରୀଧର ସାହୁ ଏବଂ ସିଆର୍‌ସିସି ଗାୟତ୍ରୀ ପାଳଙ୍କ ସମେତ ସମସ୍ତ ସିଆର୍‌ସିସି, ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.