- ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ : ୨୦୨୫ ପାଳନ ଉପଲକ୍ଷେ
- ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ
ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବାରିପଦାସ୍ଥିତ ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମୀନାରାଣୀ ପାତ୍ର ଉକ୍ତ ପ୍ରତିଯୋଗିତାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଜିଲ୍ଲାରୁ ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତାର ବିଚାରକ ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାମଲ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅତୁଲ କୁମାର ପରିଡା, ଶିକ୍ଷୟିତ୍ରୀ ଜୟଶ୍ରୀ ବେହେରା, ଜ୍ୟୋତି କର୍ମକାର, ଲୀଳାବତୀ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ବକ୍ତୃତା ପ୍ରତିଯୋଗିତାରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଲକ୍ଷ୍ମୀପୋଷିର ଆର୍ଯ୍ୟାଂଶୀ ପରିଡା, ସରକାରୀ ପ୍ରାଥମିକ ବିଦ୍ୟାଳୟ, ପଦଗଞ୍ଜର ଅମିଶା ବେରା, ଲେଡି ହେମିଲଟନ ଉଚ୍ଚ ବିଦ୍ୟାଳୟର ଈଶିତା ଦାସ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି । ସେହିପରି ଉଚ୍ଚ ପ୍ରାଥମିକ ସ୍ତରରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଲକ୍ଷ୍ମୀପୋଷିର ଦିବ୍ୟସିନୀ ପ୍ରଧାନ, ଓଏଭି, ରାଣୀଭୋଳର ବିବେକ କୁମାର ସାଓ, ଓଏଭି, ଗରୁଡ଼ବସା, ବେତନଟୀର ଲକ୍ଷ୍ମୀପ୍ରିୟା ଜେନା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି । ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଏଭି, ଗରୁଡ଼ବସା, ବେତନଟୀର ଜାହ୍ନଵୀ ପଢ଼ିଆରୀ, ଏମପିକେ ସରକାରୀ ବାଳିକା ବିଦ୍ୟାଳୟ, ବାରିପଦାର ଆଦ୍ୟାଶା ଦାସ, ଉତ୍କଳମଣି ଗୋପବନ୍ଧୁ ପ୍ରାକ୍ଟିସିଂ ଉଚ୍ଚ ବିଦ୍ୟାଳୟ, ତକତପୁରର ଶୁଭମ ନାୟକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି । ସେହିପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟରେ ଓଏଭି, ଗରୁଡ଼ବସା, ବେତନଟୀର ଦିବ୍ୟାଂଶୀ ଦାଶ, ସାଇ ବିଦ୍ୟା ମନ୍ଦିରର ପାଏଲ ପ୍ରିୟଦର୍ଶିନୀ ପୃଷ୍ଟି ଓ ସୋନାକ୍ଷୀ ପୃଷ୍ଟି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି । ଉକ୍ତ କୃତି ପ୍ରତିଯୋଗୀମାନେ ଚଳିତ ଡିସେମ୍ବର ମାସ ୧୭ ତାରିଖରେ ବାରିପଦାଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଜୟନ୍ତୀ, ୨୦୨୫ ପାଳନ ଅବସରରେ ପୁରସ୍କୃତ ହେବେ । କାର୍ଯ୍ୟକ୍ରମ ପରିଚାଳନରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ପ୍ରବିର କୁମାର ବେହେରା, ମନୋଜ ପରିଡା,ଦୀପକ ରାମ, ଆୟୋଜକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।