- ବୁଝାମଣାପତ୍ର ଏବଂ ରାଜିନାମା
ପ୍ରବାସ ଏବଂ ପରିବହନ :
ଭାରତ ଏବଂ ରୁଷ ସରକାରଙ୍କ ମଧ୍ୟରେ ଗୋଟିଏ ଦେଶର ନାଗରିକଙ୍କ ଅନ୍ୟ ଦେଶର ଅଞ୍ଚଳରେ ଅସ୍ଥାୟୀ ଶ୍ରମ କାର୍ଯ୍ୟକଳାପ ଉପରେ ରାଜିନାମା ।
ବେଆଇନ ପ୍ରବାସର ମୁକାବିଲା କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ରୁଷ ସରକାରଙ୍କ ମଧ୍ୟରେ ରାଜିନାମା ।
ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା
ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଏବଂ ବିଜ୍ଞାନ କ୍ଷେତ୍ରରେ ସହଯୋଗ ପାଇଁ ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ରାଜିନାମା
ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଏବଂ ରୁଷର ଗ୍ରାହକ ଅଧିକାର ସୁରକ୍ଷା ଓ ମାନବ କଲ୍ୟାଣ ଉପରେ ନିରୀକ୍ଷଣ ପାଇଁ ସଂଘୀୟ ସେବା ସଂସ୍ଥା ମଧ୍ୟରେ ଚୁକ୍ତିନାମା
ସାମୁଦ୍ରିକ ସହଯୋଗ ଏବଂ ମେରୁ ଜଳ
ମେରୁ ଜଳରେ ପରିଚାଳିତ ଜାହାଜ ପାଇଁ ବିଶେଷଜ୍ଞଙ୍କ ତାଲିମ ନିମନ୍ତେ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ରୁଷର ପରିବହନ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ।
ଭାରତର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ରୁଷର ସାମୁଦ୍ରିକ ବୋର୍ଡ ମଧ୍ୟରେ ବୁଝାମଣାପତ୍ର
ସାର :
ମେସର୍ସ ଜେଏସସି ୟୁରାଲକେମ ଓ ମେସର୍ସ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ ଏବଂ ନେସନାଲ ଫର୍ଟିଲାଇଜର୍ସ ଲିମିଟେଡ ଓ ଇଣ୍ଡିଆନ ପଟାସ୍ ଲିମିଟେଡ ମଧ୍ୟରେ ବୁଝାମଣାପତ୍ର
ସୀମା ଶୁଳ୍କ ଓ ବାଣିଜ୍ୟ
ଭାରତ ଏବଂ ରୁଷ ମଧ୍ୟରେ ପରିବହନ ହେଉଥିବା ସାମଗ୍ରୀ ଓ ଯାନବାହାନ ସମ୍ପର୍କରେ ପୂର୍ବ ଆଗମନ ସୂଚନା ଆଦାନପ୍ରଦାନରେ ସହଯୋଗ ପାଇଁ ଭାରତ ସରକାରଙ୍କ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ଏବଂ ରୁଷର ଫେଡେରାଲ କଷ୍ଟମ୍ସ ସର୍ଭିସ ମଧ୍ୟରେ ପ୍ରୋଟୋକଲ ।
ଭାରତର ସଞ୍ଚାର ମନ୍ତ୍ରଣାଳୟ ଅଧୀନ ଡାକ ବିଭାଗ ଏବଂ ରୁଷ୍ ପୋଷ୍ଟର ଜେଏସସି ମଧ୍ୟରେ ଦ୍ୱିପାକ୍ଷିକ ରାଜିନାମା ।
ଶିକ୍ଷାଗତ ସହଭାଗିତା
ପୁଣେସ୍ଥିତ ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଟେକ୍ନୋଲୋଜି ଏବଂ ଫେଡେରାଲ୍ ଷ୍ଟେଟ୍ ଅଟୋନୋମସ ଏଜୁକେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାୟାର ଏଜୁକେସନ ‘‘ନେସନାଲ ଟମସ୍କ ଷ୍ଟେଟ୍ ୟୁନିଭର୍ସିଟି, ଟମସ୍କ ମଧ୍ୟରେ ବୈଜ୍ଞାନିକ ଏବଂ ଶିକ୍ଷାଗତ ସହଯୋଗ ଉପରେ ବୁଝାମଣାପତ୍ର ।
ମୁମ୍ବାଇ ବିଶ୍ୱବିଦ୍ୟାଳୟ, ଲୋମୋନୋସୋଭ ମସ୍କୋ ଷ୍ଟେଟ୍ ବିଶ୍ୱବିଦ୍ୟାଳୟ ଏବଂ ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠିର ଜଏଣ୍ଟ-ଷ୍ଟକ୍ କମ୍ପାନୀ ପରିଚାଳନା କମ୍ପାନୀ ମଧ୍ୟରେ ସହଯୋଗ ସମ୍ପର୍କିତ ରାଜିନାମା
ଗଣମାଧ୍ୟମ ସହଭାଗିତା :
ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ଭାରତର ପ୍ରସାର ଭାରତୀ ଏବଂ ରୁଷର ଜଏଣ୍ଟ ଷ୍ଟକ୍ କମ୍ପାନୀ ଗାଜପ୍ରମ୍-ମିଡିଆ ହୋଲ୍ଡିଂ ମଧ୍ୟରେ ବୁଝାମଣାପତ୍ର ।
ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ଭାରତର ପ୍ରସାର ଭାରତୀ ଏବଂ ରୁଷର ନେସନାଲ ମିଡିଆ ଗ୍ରୁପ୍ ମଧ୍ୟରେ ବୁଝାମଣାପତ୍ର ।
ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ଭାରତର ପ୍ରସାର ଭାରତୀ ଏବଂ ବିଗ୍ ଏସିଆ ମିଡିଆ ଗ୍ରୁପ୍ ମଧ୍ୟରେ ବୁଝାମଣାପତ୍ର ।
ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ଭାରତର ପ୍ରସାର ଭାରତୀ ଏବଂ ଆନୋ ଟିଭି ନୋଭୋସ୍ତି ମଧ୍ୟରେ ଅତିରିକ୍ତ ବୁଝାମଣାପତ୍ର ।
ପ୍ରସାର ଭାରତୀ ଏବଂ ‘ଟିଭି ବ୍ରିକ୍ସ’ ଜଏଣ୍ଟ ଷକ୍ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର ।
ଘୋଷଣାନାମା
2030 ପର୍ଯ୍ୟନ୍ତ ଆର୍ଥିକ ସହଯୋଗ ପାଇଁ ଭାରତ-ରୁଷର ରଣନୀତିକ କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟକ୍ରମ ।
ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ)ରେ ଯୋଗଦେବା ପାଇଁ ଫ୍ରେମୱାର୍କ ଚୁକ୍ତିନାମା ଗ୍ରହଣ କରିବାକୁ ରୁଷ ପକ୍ଷ ନିଷ୍ପତ୍ତି ନେଇଛି ।
ଜାତୀୟ ହସ୍ତଶିଳ୍ପ ସଂଗ୍ରହାଳୟ ଏବଂ ହସ୍ତକଳା ଏକାଡେମୀ (ନୂଆଦିଲ୍ଲୀ, ଭାରତ) ଏବଂ ଜାରିସିନୋ ଷ୍ଟେଟ୍ ହିଷ୍ଟୋରିକାଲ, ଆର୍କିଟେକ୍ଚରାଲ, ଆର୍ଟ ଆଣ୍ଡ ଲ୍ୟାଣ୍ଡସ୍କେପ୍ ମ୍ୟୁଜିୟମ-ରିଜର୍ଭ (ମସ୍କୋ, ରୁଷ) ମଧ୍ୟରେ ‘‘ଇଣ୍ଡିଆ. ଫେବ୍ରିକ୍ ଅଫ୍ ଟାଇମ୍’’ ପ୍ରଦର୍ଶନୀ ପାଇଁ ଚୁକ୍ତିନାମା
ପାରସ୍ପରିକ ଆଧାରରେ ରୁଷ ନାଗରିକମାନଙ୍କୁ ମାଗଣା 30 ଦିନିଆ ଇ-ପର୍ଯ୍ୟଟକ ଭିସା ପ୍ରଦାନ ।
ରୁଷ ନାଗରିକମାନଙ୍କୁ ମାଗଣାରେ ଦଳଗତ ପର୍ଯ୍ୟଟନ ଭିସା ପ୍ରଦାନ