ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ସର୍ଗିଗୁଡା ପଞ୍ଚାୟତ ପ୍ରଜାନାଗଫେଣି ଗ୍ରାମ ନିକଟ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ପାର୍ଶ୍ଵରେ ଏକ ଆମ୍ବଗଛ ଡ଼ାଳରୁ ଏକ ସ୍ଥାନୀୟ ଯୁବକ ରାଜୁ କଣ୍ଟାର ଝୁଲନ୍ତା ଶବ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ, ଚଞ୍ଚରାପଡ଼ା ଅନ୍ତର୍ଗତ ଶ୍ୟାମ କଣ୍ଟାଙ୍କ ସାନ ପୁଅ ରାଜୁ (୧୮) ଗତ ସନ୍ଧ୍ୟାରୁ କୁଆଡେ ଚାଲି ଯାଇଥିଲେ । ଗୁରୁବାର ରାତିରେ ପରିବାର ଲୋକ ଘରେ ଅନୁପସ୍ଥିତ ଥିବା ବେଳେ ରାଜୁ ଘରକୁ ନ ଫେରି କେନାଲ ପାର୍ଶ୍ଵ ଏକ ଆମ୍ବଗଛ ଡ଼ାଳରେ ବେକରେ ରସି ଲଗାଇ ଝୁଲି ପଡ଼ିଥିଲେ । ସକାଳୁ କିଛି ଲୋକ ଘଟଣା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହିତ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନା ପଠାଇ ଦେଇଛି । ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।