ବିଜ୍ଞାନ ମହାବିଦ୍ୟାଳୟରେ ସଚେତନ ମହିଳା ହିଁ ସଶକ୍ତ ମହିଳା ସମ୍ପର୍କିତ ଆଲୋଚନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶା ଇକୋନମିକ୍ ଆସୋସିଏସନ ଏବଂ ସରକାରୀ ଵିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁର ଆନୁକୂଲ୍ୟରେ ମହିଳା ସଶକ୍ତିକରଣ ଉପରେ ଏକ ଜାତୀୟସ୍ତରୀୟ ସମ୍ପାନର ଆୟୋଜିତ ହୋଇଯାଇଛି । ଆସୋସିଏନର ସଭାପତି ତଥା ବନାରସ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ଃ. ମୃତ୍ୟୁଞ୍ଜୟ ମିଶ୍ରଙ୍କ ପୌରାହିତ୍ୟରେ ଆୟୋଜିତ ଉକ୍ତ ସମ୍ପାନର ଉଦଘାଟନୀ ଉତ୍ସବରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଶ୍ରୀମତୀ ବବିତା ଦାସ ମୁଖ୍ୟଅତିଥି ରୂପେ ଯୋଗଦାନ କରି ମହିଳା ସଶକ୍ତୀକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ଼ଃ. ପ୍ରେରଣା ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ସନ୍ଧ୍ୟାରାଣୀ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ସମ୍ପାନର ଆଭିମୁଖ୍ୟ ସମ୍ବନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ବରେଣ୍ୟ ପ୍ରାଧ୍ୟାପିକା ଡ଼ଃ. ମିନତୀ ସାହୁ ଭିତ୍ତିପ୍ରବନ୍ଧ ଉପସ୍ଥାପନା କରି ସମସ୍ତଙ୍କର ପ୍ରଂଶସାର ଭାଜନ ହୋଇଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସୁଶାନ୍ତ ଦାସ ସମସ୍ତ ଅତିଥିଙ୍କୁ ମହାବିଦ୍ୟାଳୟକୁ ସ୍ୱାଗତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀ ପ୍ରାସଙ୍ଗିକ ଅଭିବ୍ୟକ୍ତି ବ୍ୟକ୍ତ କରିବା ସହ ସମସ୍ତଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ । ସହକାରୀ ପ୍ରଫେସର ରଶ୍ମୀ ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସନ୍ଦର୍ଭରେ ଆୟୋଜିତ ପ୍ରଫେସର ବିବେକାନନ୍ଦ ମେମୋରିଆଲ ଅଭିଭାଷଣରେ ପ୍ରଫସର ଭଗବାନ ପାତ୍ର, ଓଡିଶା ସରକାର ଅର୍ଥବିଭାଗର ଉପଦେଷ୍ଟା ଶ୍ରୀମତୀ ସୁଜାତା ପ୍ରହରାଜ ଏବଂ ମୁମ୍ବାଇ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାକିଂ ଆଣ୍ଡ ଫାଇନାନ୍ସର ମୁଖ୍ୟ ପରିଚାଳନା ଅଧିକାରୀ ବିଶ୍ୱକେତନ ଦାସ ନିଜର ବହୁମୂଲ୍ୟ ତଥ୍ୟ ଉପସ୍ଥାପନ କରିଥିଲେ । ଦୀର୍ଘ ଚାରିଟି ପାରାଲାଲ୍ ସେଶନରେ ଏକଶତରୁ ଅଧିକ ଡେଲିଗେଟ୍ସ ନିଜର ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ଉଦଯାପନୀ ଉତ୍ସବରେ ବିଭୁ ପ୍ରସାଦ ସାହୁ, ପ୍ରଫେସର ନୀଳାଚଳ ଆଚାର୍ଯ୍ୟ, ଡ଼ଃ. ବିବିଲତା ସରଫ୍ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଆସୋସିଏନର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ଓଡ଼ିଶା ଇକୋନୋମିକ ଆସୋସିଏସନ ପକ୍ଷରୁ ଡ଼ଃ. ଅଜୟ କୁମାର ପାଢୀ, ସୁଶାନ୍ତ ଦାସ ଏବଂ ଡ଼ଃ. ପ୍ରେରଣା ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅର୍ଥନୀତି ବିଭାଗର ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ ଡ଼ଃ.ସସ୍ମିତା ବେହେରା, ଡ଼ଃ. ପ୍ରଭାକର ପାଢ଼ୀ, ଡ଼ଃ. ଗଙ୍ଗାଧର ନାୟକ, ପାରଳା ମହାରାଜା ସରକାରୀ ବୈଷୟିକ ମହାବିଦ୍ୟାଳୟର ସହାୟକ ପ୍ରଫେସର ଡ଼ଃ. ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଏବଂ ସମସ୍ତ ଛାତ୍ରଛାତ୍ରୀ ସହାୟତା ପ୍ରଦାନ କରିଥିଲେ । ଉତ୍ସବର ସଫଳତା ନିମନ୍ତେ ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ ସମ୍ପାଦକ ପ୍ରଫେସର ସଂଧ୍ୟାରାଣୀ ଦାଶ ଏବଂ ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.