- ଦୟା ସଭାପତି, ପ୍ରୀତେଶ ସମ୍ପାଦକ ଓ ମଧୁ କୋଷାଧ୍ୟକ୍ଷ
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଥିବା ସାମ୍ବାଦିକ ମହାସଂଘର ଏକ ବୈଠକ ସଭାପତି ସୁଶାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେସିଙ୍ଗାର ଅନେକ ସମସ୍ୟା ଉପରେ ଆଲୋଚନା କରାଯାଇ ଶେଷରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ତଥା ଆଗରୁ ସମ୍ପାଦକ ଥିବା ଦୟା ସୁନାନୀଙ୍କୁ ସର୍ବସମ୍ମତି କ୍ରମେ ମହାସଂଘର ନୂତନ ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ସମ୍ପାଦକ ଭାବରେ ସାମ୍ବାଦିକ ପ୍ରୀତେଶ ପଟେଲଙ୍କୁ ଚୟନ କରାଯାଇଥିଲା । ସେହିପରି ସାମ୍ବାଦିକ ମଧୁସୂଦନ ଠାକୁରଙ୍କୁ ସଂଘର ନୂତନ କୋଷାଧ୍ୟକ୍ଷ ଭାବରେ ସର୍ବସମ୍ମତି କ୍ରମେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେହିପରି ଉପ ସଭାପତି ଭାବରେ ବରିଷ୍ଠ ସାମ୍ବାଦିକ ମହମ୍ମଦ ଆଗାଜାନ୍, ମଧୁ ସିନ୍ଦୁର ଶିବପ୍ରସାଦ ସାହୁ ଓ ମନୋଜ ସିଂଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବରେ, ବଳରାମ ନାଏକ ଓ ତେଜରାଜ ସାହୁ ସାଂଗଠାନିକ ସମ୍ପାଦକ ଭାବରେ ବିବେକ ଦାସ, ମିଡ଼ିଆ ସେଲ ସମ୍ପାଦକ ଭାବରେ ସଂଗ୍ରାମ କେଶରୀ ଦେଓ ଏବଂ ଉପଦେଷ୍ଟା କମିଟିରେ ବରିଷ୍ଠ ସାମ୍ବାଦିକ ଚନ୍ଦ୍ରମଣି ସ୍ୱାଇଁ, ସୁଶାନ୍ତ ମହାପାତ୍ର, ସୁରେଶ ଅଗ୍ରୱାଲ, ଯଯାତୀ କେଶରୀ ଦେଓଙ୍କୁ ଚୟନ କରାଯାଇଥିଲା ।