୬୯ତମ ରାଜ୍ୟସ୍ତରୀୟ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ

  • ୧୭ ବର୍ଷରୁ କମ୍ ବାଳିକା ଫୁଟବଲରେ ଯୋଗ ଦେବେ ୩୦ ଜିଲ୍ଲାର ପ୍ରତିଯୋଗୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ୬୯ତମ ରାଜ୍ୟସ୍ତରୀୟ ୧୭ବର୍ଷରୁ କମ୍ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ କ୍ରୀଡା ସମୂହ ଦ୍ଵାରା ପ୍ରସ୍ତୁତ ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆୟୋଜନ କରିଛନ୍ତି । କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟବକ୍ତା ଭାବେ ଡ. ଶିବପ୍ରସାଦ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବ୍ରହ୍ମପୁରର ଯୁଗ୍ମ ନିର୍ଦ୍ଦେଶକ ପବିତ୍ରମୋହନ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଶାରୀରିକ ଶିକ୍ଷା ସହ ନିର୍ଦ୍ଦେଶକ ଜ୍ୟୋତିପ୍ରସାଦ ପରିଡ଼ା, ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଯୁଗଳ କିଶୋର ପୋଢ଼, କଳାହାଣ୍ଡି ସାଂସଦ ପ୍ରତିନିଧି ଜୟଶଙ୍କର ନାଏକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂହ ରାଉତ ପ୍ରମୁଖ ସମ୍ମାନୀୟ ଅତିଥୀ ଭାବେ ମଞ୍ଚାସୀନ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ଶାରୀରିକ ଶିକ୍ଷା ସହ ନିର୍ଦ୍ଦେଶକ ଜ୍ୟୋତିପ୍ରସାଦ ପରିଡ଼ା ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଫୁଟବଲ ପ୍ରତିଯୋଗିତାରେ ରାଜ୍ୟର ୩୦ଟି ଜିଲ୍ଲାର ଛାତ୍ରୀମାନେ ଯୋଗ ଦେଇଛନ୍ତି । ଆସନ୍ତା ୫ ତାରିଖ ଯାଏ ଏହି ରାଜ୍ୟ ସ୍ତରୀୟ ବାଳିକା ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

Leave A Reply

Your email address will not be published.