ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ନୀଳାଦ୍ରିପୁରରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ପୂଜକ ଆଦିକନ୍ଦ ରାଉଳ (୬୬)ଙ୍କ ନିଜସ୍ଵ ବାସଭବନରେ ପରଲୋକ ହୋଇଯାଇଛି । ସୋମବାର ବିଳମ୍ବିତ ରାତ୍ରିରେ ହୃଦଘାତରେ ତାଙ୍କ ଦେହାନ୍ତ ହୋଇଥିବା ଜଣାଯାଇଛି । ମା’ ରାମଚଣ୍ଡୀ ମନ୍ଦିରର ସେ ଜଣେ ନୀତିନିଷ୍ଠ ସେବାୟତ ଅଟନ୍ତି । ଠାକୁର ସେବାରେ ନିଜ ଜୀବନକୁ ସେ ସମର୍ପିତ କରି ଆସିଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ରାମକୃଷ୍ଣ (କାଳିଆ) ଓ ବଳରାମ, ପୁତ୍ର ବଧୂ, ଝିଅ, ଜ୍ୱାଇଁ, ନାତି, ନାତୁଣୀ, ବନ୍ଧୁବର୍ଗ ସମେତ ପରିବାର ଲୋକ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମଙ୍ଗଳବାର ଦିନ ପୁରୀ ସ୍ୱର୍ଗଦ୍ଵାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।