କେସିଙ୍ଗା, (ପ୍ରୀତେଶ ପଟେଲ ) : ବିଶ୍ଵ ଏଡସ ଦିବସ ପରିପ୍ରେକ୍ଷୀରେ କେସିଙ୍ଗା ମହାବିଦ୍ୟାଳୟରେ କଲେଜର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅଧ୍ୟକ୍ଷ ଶ୍ରୀ ପାଢୀ ଏହି ମାରାତ୍ମକ ଏଡସ୍ ରୋଗର ଭୟାଭୟତା ଓ ଏହାର ନିୟନ୍ତ୍ରଣ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଝସକେତନ ସାହୁ ଯୋଗଦେଇ ଏଡସ୍ ରୋଗ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ୟୁଥ୍ ରେଡକ୍ରସ ଓ ରେଡ ରିବନ୍ ସେଲ୍ କାଉନସିଲର ଅଧ୍ୟାପକ ଉମେଶ ଚନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଅଧ୍ୟାପକ ରମେଶ ଚନ୍ଦ୍ର ବାରିକ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୣତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୟୁଥ୍ ରେଡକ୍ରସ ଓ ରେଡ୍ ରିବନ୍ ସେଲ୍ ଦ୍ୱାରା ଆୟୋଜିତ କରାଯାଇଥିଲା ।
Prev Post