ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗାଦିବ୍ରହ୍ମ ସ୍ନାତକ ମହାବିଦ୍ୟାଳୟ ଐତିହ୍ୟ କକ୍ଷରେ ଓଡିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମାଜ, ମହାବିଦ୍ୟାଳୟ ରେଡ୍କ୍ରସ ୟୂନିଟ୍ ଏବଂ ରେଡ୍ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ୍ସ ଦିବସ ସୋମବାର ପାଳିତ ହୋଇଯାଇଛି । ଇତ୍ୟବସରରେ ଏଡ୍ସ ସଚେତନତା ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ ବରିଷ୍ଠ ସମ୍ବାଦିକ ପ୍ରସନ୍ନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ଏଡ଼ସ ସଚେତନତାରେ ଯୁବ ସମାଜର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଧାଉଡ଼ିଆ, ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଯୁଧିଷ୍ଠିର ଘଟୁଆରି ପ୍ରମୁଖ ଯୋଗଦାନ କରିଥିଲେ । ମହାବିଦ୍ୟାଳୟ ରେଡକ୍ରସ ୟୁନିଟର ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା ସ୍ୱାଗତ ଆଭିଭାଷଣ ପ୍ରଦାନ କରିବା ସହିତ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ଏଡ଼ସ ସଚେତନତା ଉପରେ ଆଧାରିତ ଅଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ସ୍ୱେଚଚ୍ଛାସେବୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଅଙ୍କନରେ ଭାଗ୍ୟଶ୍ରୀ ଖୁଣ୍ଟିଆ ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ ପ୍ରବନ୍ଧ ଲିଖନରେ ମୋନାଲିକ ବରାଳ ପ୍ରଥମ ସ୍ଥାନ ହାସଲ କରିଥିଲେ । ଅଧ୍ୟାପକ ଡ଼କ୍ଟର ଲକ୍ଷ୍ମୀଧର ପାଇକରଜ୍ଝୟ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ପ୍ରାୟ ୬୦ରୁ ଅଧିକ ରେଡକ୍ରସ ସ୍ୱେଚ୍ଛାସେବୀ ହାତରେ ଏଡ୍ସ ସଚେତନତା ସମ୍ବଳିତ ପ୍ଲାକାର୍ଡ ଧରି ମହାବିଦ୍ୟାଳୟ ପରିସର ଠାରୁ ନିକଟବତ୍ର୍ତ୍ତୀ ଡେଲାଙ୍ଗ ହାଟର ବାୟାବଜାର ପର୍ଯ୍ୟନ୍ତ ସଚେତନତା ରାଲିରେ ଯାଇ ଲୋକମାନଙ୍କୁ ସଚେତନ କରାଇଥିଲେ । ମହାବିଦ୍ୟାଳୟର କର୍ମଚାରୀ ଅଧ୍ୟାପିକା କବିତା ମିଶ୍ର, ଡ଼କ୍ଟର ଭବାନୀ ପ୍ରିୟଦର୍ଶିନୀ ମହାନ୍ତି, ସୁବାଷ ଚନ୍ଦ୍ର ସେଠି, ଦୀପ୍ତି ନାୟକ ଓ ସମ୍ରାଟ କିଶୋର ଗିରି ପ୍ରମୁଖ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ବର୍ଷାରାଣୀ ମଲ୍ଲିକ, ଆଶ୍ରିବାଦ ମାଣ୍ଡିଆ, ସ୍ସ୍ମ୍ମୃତିପ୍ରଜ୍ଞା ସାହୁ, ଝରଣା ଦାସ, ଅମ୍ଲାନ ଦଳାଇ, ସୂର୍ଯ୍ୟ ଖାଟୋଇ, ଗାୟତ୍ରୀ ପ୍ରଧାନ, ପୂଜା ମହାପାତ୍ର, ଜ୍ଞାନ ରଞ୍ଜନ ପ୍ରଧାନ, ବାଦଲ ଦାସ ପ୍ରମୁଖ ୬୦ରୁ ଅଧିକ ସ୍ୱେଚ୍ଛାସେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।