oom

ଓଡିଶାବାସୀଙ୍କ ପ୍ରତି ଯତ୍ନ ଏବଂ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ : ଧର୍ମେନ୍ଦ୍ର ପ୍ରଧାନ

jsmm

ଭୁବନେଶ୍ୱର : କୋରାପୁଟ ଜିଲ୍ଲା କୋଟପାଡ ଥାନା ମୂର୍ତାହାଣ୍ଡିରେ ଘଟିଥିବା ସଡକ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପିଏମ ପାଣ୍ଠିରୁ ଆର୍ଥିକ ସହାୟତା ମଞ୍ଜୁର ହେବା ପ୍ରସଙ୍ଗରେ ଓଡିଶାବାସୀଙ୍କ ପ୍ରତି ଯତ୍ନ ଏବଂ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟ ଜିଲ୍ଲାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ବାବଦକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ପିଏମ୍‌ ଜାତୀୟ ରିଲିଫ୍‌ ପାଣ୍ଠିରୁ ଅନୁମୋଦନ ଦିଆଯାଇଛି । ଓଡିଶା ଲୋକଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଥିବା ମୋଦି ସରକାରଙ୍କ ଏହି ଆର୍ଥିକ ସହାୟତା ପ୍ରଭାବିତ ପରିବାରକୁ ଚିକିତ୍ସା କିମ୍ବା ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ପ୍ରଦାନ କରିବ ବୋଲି ସେ କହିଛନ୍ତି ।

jittmm
Leave A Reply

Your email address will not be published.