pr

ଗୁଡିଘାଟଠାରେ ଦାଦନ ଶ୍ରମିକ ରୋକିବା ପାଇଁ ସଚେତନା ସଭା ଅନୁଷ୍ଠିତ

dr. purohit

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଦାଦନ ଶ୍ରମିକ ରୋକିବା ପାଇଁ ଏକ ସଚେତନା ସଭା ଅନୁଷ୍ଠିତ ହୋଇଯାଇଛି । ଗୁଡିଘାଟ ସରପଞ୍ଚ ରଶ୍ମିତା ବାଗଙ୍କ ଅଧ୍ୟକ୍ଷତାରେ ଏବଂ ପିଇଓ ପ୍ରକାଶ କୁମାର ପନିକାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ନୋଡାଲ ଅଫିସର ରୂପେ ବ୍ଲକ ବିପିସି ରବିନ୍ଦ୍ର ବେହେରା, ଯୋଗାଣ ସହାୟକ ପ୍ରମୋଦ କୁମାର ହରପାଲ, ବ୍ଲକ ଗାଁସାଥି ସଂଘ ସଭାପତି ଗିରିଧାରୀ ସାହୁ, ୱାର୍ଡ ସଭ୍ୟ କୁର୍ତ୍ତିବାସ ମାଝୀ, ଟିକୁନୁ ପଧାନ, ଧନେଶ୍ଵର ଭୋଇ, ନୀଳକଣ୍ଠ ବାଗ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ମୁରିବାହାଲ ବ୍ଲକକୁ ଦାଦନ ପ୍ରବଣ ଅଞ୍ଚଳ ଭାବେ ସରକାର ଘୋଷଣା କରି ମନରେଗା ଯୋଜନାରେ ପ୍ରତ୍ୟେକ ଜବକାର୍ଡଧାରୀ ପରିବାରକୁ ଗୋଟିଏ ଆର୍ଥିକ ବର୍ଷରେ ୧୦୦ ଦିନର କାର୍ଯ୍ୟ ପରିବର୍ତ୍ତେ ୩୦୦ ଦିନର କାମ ସହିତ ଅଧିକ ୯୮ଟଙ୍କା ବୋନସ ଯୋଗାଇ ଦେଉଥିବାରୁ ବାହାର ରାଜ୍ୟକୁ ଦାଦନ ଖଟି ନଯାଇ ନିଜ ଗାଁରେ ରହି ମନରେଗା ଯୋଜନା କାର୍ଯ୍ୟ କରିବା ପାଇଁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଗାଁସାଥୀ, ସିଆରପି, ଏମବିକେଙ୍କ ସମେତ ଶତାଧିକ ଜବକାର୍ଡଧାରୀ ଶ୍ରମିକ ଯୋଗଦେଇଥିଲେ ।

nrusinghnath
Leave A Reply

Your email address will not be published.