
ଜୟପାଟଣା, (ଶେଷଦେବ ବେହେରା) : ଖଲିଆଭଟା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଞ୍ଚଠାରେ ୨୦୨୫ ଜୋନ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ଭଲିବଲ ପ୍ରତିଯୋଗିତା ସମାରୋହର ସହ ପାଳିତ ହୋଇଯାଇଛି । କଳାହାଣ୍ଡି, ନବରଙ୍ଗପୁର, ନୂଆପଡା ଜିଲ୍ଲା ଜୋନ ସ୍ତରୀୟ ବିଦ୍ୟାଳୟ ମାନଙ୍କରୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ୧୭ଗୋଟି ଉନ୍ନତ ଧରଣର ବିଜ୍ଞାନ ପ୍ରକଳ୍ପ ଓ ଛଅ ଗୋଟି ପୃଥକ ପୃଥକ ଭାବେ ବାଳକ ବାଳିକା ଭଲିବଲ ଦଳ ଯୋଗଦେଇଥିଲେ । ଏହି ଅବସରର ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜମାଝୀ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ କୈଳାସ ଚନ୍ଦ୍ର ମହାରଣା ଜିଲ୍ଲା ଶିକ୍ଷା ନିରୀକ୍ଷକ କଳାହାଣ୍ଡି ଜୋନ, ଉଦୟ ସିଂ ମାଝୀ ଜିଲ୍ଲା ଶିକ୍ଷା ନିରୀକ୍ଷକ କଳାହାଣ୍ଡି ଓ ନୂଆପଡା, ପ୍ରଧାନଶିକ୍ଷକ ଶତ୍ରୁଜିତ ପତି, ବେଦବ୍ୟାସ ପ୍ରଧାନ, ପ୍ରଶାନ୍ତ କୁମାର ପଣ୍ଡା, ହୃଷିକେଶ ମେହେର, ବୀଣାପାଣି ସାମନ୍ତ, ବସନ୍ତ ମାଝୀ, ସଂଜୀବ କୁମାର ପଣ୍ଡା, ଅଶୋକ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଅସରଫ ଅଲ୍ଲୀ ଯୋଗଦେଇ ଜ୍ଞାନ, ବିଜ୍ଞାନ, ଖେଳକୁଦ ଯୋଗ ବ୍ୟାୟାମ ଉପରେ ଦୀକ୍ଷାନ୍ତ ବକୃତା ପ୍ରଦାନ କରିଥିଲେ । ସମସ୍ତ ଅତିଥିମାନେ ୧୭ଗୋଟି ବିଜ୍ଞାନ ପ୍ରକଳ୍ପ ପରିଦର୍ଶନ ପୂର୍ବକ ଭଲିବଲ ପ୍ରତିଯୋଗିତା ଖେଳ ପରିଦର୍ଶନ କରିଥିଲେ । ବିଚାରକଙ୍କ ମୂଲ୍ୟାଙ୍କନ ଆଧାରରେ କୃତି ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ମହୋତ୍ସବରେ ଭାଗ ନେବା ପାଇଁ ବିବେଚିତ ହୋଇଛନ୍ତି । ଏକ ସୁନ୍ଦର ଭବ୍ୟ ସମାବେଶ ମଧ୍ୟରେ ଜୋନ ସ୍ତରୀୟ ଉତ୍ସବ ସମାହିତ ହୋଇଯାଇଥିବା ଏବଂ ଭାଇଚାରାର ସୁସମ୍ପର୍କ ସ୍ଥାପନ ହୋଇଥିବା ଯୋଗୁ ଖଲିଆଭଟା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ହାର୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି ।