ବିନିକା ମହାନଦୀ ବ୍ରିଜ ତଳେ ଅଦ୍ଭୁତ ଜୀବ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ ତଳେ ଦେଖାଦେଲା ଅଦ୍ଭୁତ ଜୀବ । ଏହି ଜୀବଟି ଅନ୍ୟ ସ୍ଥାନରେ ଦେଖା ଯାଏ କିନ୍ତୁ ବିନିକା ଏବଂ ଆଖପାଖ ଅଞ୍ଚଳ ପାଇଁ ଏହା ଅଦ୍ଭୁତ । ବିନିକା ଏବଂ ଆଖାପାଖର ଲୋକେ ଏପରି ଜୀବ ଦେଖି ବେଶ୍ ଉତ୍ସାହିତ ହୋଇଛନ୍ତି । ବିନିକା ବ୍ରିଜ ଉପରୁ କିଛି ଲୋକ ଏହି ଜୀବ ଦୁଇଟିକୁ ଦେଖୁଥିବା ବେଳେ ଆମ ରିପୋର୍ଟର୍ ଏମାନଙ୍କ ଗତିବିଥିକୁ କ୍ୟାମେରାରେ ଉଠାଇ ଥିଲେ । ତେବେ ବଡ ନେଉଳ ମୂଷା ପରି ଦିଶୁଥିବା ଏହି ଜୀବ ଦୁଇଟି କେଉଁଠାରୁ ଆସିଛନ୍ତି ଏହା ଜଣା ପଡୁନାହିଁ । ବହୁ ସମୟ ପର୍ଯ୍ୟନ୍ତ ଏହି ଜୀବ ଦୁଇଟି ଜଳ କ୍ରୀଡା କରୁଥିବା ଦ୍ରୁଶ୍ୟକୁ ବହୁ ଲୋକ ମନଭରି ଉପଭୋଗ କରିଥିଲେ ।

Leave A Reply

Your email address will not be published.