ବଲାଙ୍ଗିର, (କେପିଏନ୍ଏସ୍) : ବର୍ତ୍ତମାନ ବଲାଙ୍ଗିରର ବଡ଼ ଖବର । ବଲାଙ୍ଗିରରେ ବଡ଼ ଦୁର୍ଘଟଣା । ଦୁର୍ଘଟଣାରେ ୩ ଆହତ । ଆହତ ମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ବଲାଙ୍ଗିର ସମ୍ବଲପୁର ରାସ୍ତା ଗାନ୍ଧୀନଗର ପଡ଼ା ବଜାଜ ସୋ ରୁମ୍ ନିକଟରେ ଏକ ମହିନ୍ଦ୍ରା ଏକ୍ସ ୟୁ ଭି କାର ଦୃତଗତିରେ ଆସି ଏକ ବାଇକ୍ ଓ ଏକ ଛୋଟ ପିକଅପ୍ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ବାଇକରେ ବସିଥିବା ୨ ଜଣ ଓ ଛୋଟ ପିକଅପ୍ ଗାଡ଼ିରେ ବସିଥିବା ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ବଲାଙ୍ଗିର ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ତୁରନ୍ତ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲ ଠାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ମାହିନ୍ଦ୍ରା କାରଟିର ଆଗପଟ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଚୁରମାର ହୋଇ ଯାଇଥିବା ବେଳେ ଗାଡି ଡ୍ରାଇଭରକୁ ବଲାଙ୍ଗିର ଟାଉନ ଥାନା ପୋଲିସ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି ।