ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ୍ ଲଉଡିଦର୍ହା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ହରିବନ୍ଧୁ ପ୍ରଧାନ ୮୩ ବର୍ଷଙ୍କ ତାଙ୍କ ବାସ ଭବନରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶର୍ଯ୍ୟାଶାୟୀ ଥିଲେ । ହୃଦୟରେ ଅମାପ ସ୍ନେହଶୀଳତା ମାଧ୍ୟମରେ ଶିକ୍ଷାନୁଷ୍ଠାନକୁ ସଜାଇବା ପାଇଁ ଅନ୍ତରିକ ଉଦ୍ୟମ କରୁଥିଲେ । ହୃଦୟରେ ଅମାପ ସ୍ନେହ ଶୀଳତା ମାଧ୍ୟମରେ ଶିକ୍ଷାନୁଷ୍ଠାନକୁ ସଜାଡ଼ିବା ପାଇଁ ସେ ଆନ୍ତରିକ ଉଦ୍ୟମ କରିଥିଲେ । ଅନ୍ୟମାନଙ୍କ ପାଇଁ ଉଜ୍ଜଳ ଉଦାହରଣ ହୋଇ ରହିଛନ୍ତି ଓ ରହିଥିବେ । ଏହି ବ୍ଲକରେ ନିଲଜିପତ୍ରକ୍ଷ, କୁର୍ଲୁପାଲି, ଅନାଦିବାହାଲ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରି ସହ ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିବା ସହ କୁମିର ପଞ୍ଚାୟତ ଚିରୋଲି ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଯୋଗେନ୍ଦ୍ର, କନିଷ୍ଠ ପୁତ୍ର ଶଙ୍କର, ସାନପୁଅ ନରେନ୍ଦ୍ର, ବୋହୁ ତଥା ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ନିଧନରେ ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନମାନେ ଶେଷ ଦର୍ଶନ ପାଇଁ ତାଙ୍କ ଘର ପରିସରରେ ଲୋକାରଣ୍ୟ ହୋଇଥିଲା । ସେ ସରଳ ଧାର୍ମିକ ପରୋପକାରୀ ବ୍ୟକ୍ତି ଭାବରେ ଆଖପାଖ ଅଞ୍ଚଳରେ ପରିଚିତ ଥିଲେ । ସର୍ବଦା ଗୀତା ଭାଗବତ ପୁରାଣ ପାଠରେ ଆତ୍ମ ସନ୍ତୋଷ ପ୍ରାପ୍ତ କରୁଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପାର୍ଥିବ ଶରୀରକୁ ଗାଁ ପରିକ୍ରମା କରାଯାଇ ଶେଷ କୃତ୍ୟ ସମାପନ କରାଯାଇଛି । ଜ୍ୟେଷ୍ଠ ପୁତ୍ର ଯୋଗେନ୍ଦ୍ର ମୁଖାଗ୍ନି ଦେଇଥିଲେ ।