୨୪ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ : ୪ ଜଣ ଅଭିଯୁକ୍ତ ଗିରଫ

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ପୋଲିସକୁ ପୁଣି ସଫଳତା ମିଳିଛି । ଗତକାଲି ଖଡିଆଳ ସହରର ଗୁରୁନାନକ ଛକରୁ ୨୪କେଜି ୬୫୦ ଗ୍ରାମର ଏକ ଗଞ୍ଜେଇ ଭର୍ତ୍ତି ଜରିବସ୍ତା ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଆଜି ଖଡିଆଳ ଏସଡିପିଓ ସନ୍ତକ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନାମତେ ହିନ୍ଦି ଭାଷାରେ କଥାବାର୍ତ୍ତା କରୁଥିବା ୪ ଜଣ ଯୁବକ ଖଡିଆଳ ସହରର ଗୁରୁନାନକ ଛକରେ ରାୟପୁର ଯିବାକୁ ବସକୁ ଅପେକ୍ଷା କରିଥିବା ବେଳେ କୌଣସି ସୂତ୍ରରୁ ଖଡିଆଳ ପୋଲିସ ଚଢାଉ କରି ସେମାନଙ୍କଠାରୁ ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ କରିଥିଲେ । ଏହି ଚଢାଉ ବେଳେ ଖଡିଆଳ ତହସିଲର ଅତିରିକ୍ତ ତହସିଲଦାର ତପନ ନାୟକ ମଧ୍ୟ ଉପସ୍ଥିତ ଥିଲେ । ଜବତ ଗଞ୍ଜେଇ ୨୪ କେଜି ୬୫୦ ଗ୍ରାମର ହୋଇଥିବା ବେଳେ ତାହାର ବଜାର ମୂଲ୍ୟ ଦେଢଲକ୍ଷ ଟଙ୍କା ବୋଲି ଜଣାପଡିଛି । ଏହି ଅଭିଯୁକ୍ତ ମାନେ ମଧ୍ୟପ୍ରଦେଶ ରାଜ୍ୟର ଅଟନ୍ତି । ଏହାସହ ସେମାନଙ୍କ ଠାରୁ ୮୧୫୦ ଟଙ୍କା, ୩ ଗୋଟି ମୋବାଇଲ ଏବଂ କିଛି ଏଟିଏମ କାର୍ଡ ଜବତ କରାଯାଇଅଛି । ଏହି ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.