ଶିକାଛିଡା ଗ୍ରାମ ପଞ୍ଚାୟତର ଅସୁରଡୁଙ୍ଗୁରି ଗାଁକୁ ନା ଠିକ୍ ରାସ୍ତା ଅଛି ନା ପିଇବା ପାଇଁ ଭଲ ପାଣି ଅଛି : ଅସମ୍ଭାଳ ସମସ୍ୟା ଘେରରେ ଗାଁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମ ପଞ୍ଚାୟତର ଅସୁରଡୁଙ୍ଗୁରି ଗାଁ ବଲାଙ୍ଗିରରୁ ମାତ୍ର ୮ କିଲୋମିଟର ଏବଂ ୨୬ ନମ୍ଵର୍ ରାଜପଥରୁ ହାରାହାରି ଗୋଟିଏ କିଲୋମିଟର ହେବ, କିନ୍ତୁ ଗାଁକୁ ନା ଠିକ୍ ରାସ୍ତା ଅଛି ନା ପିଇବା ପାଇଁ ପିଇବା ପାଣି ଅଛି ! ଅସମ୍ଭାଳ ସମସ୍ୟା ଘେରରେ ପଡି ରହିଛି ଗାଁ। ଅସୁରଡୁଙ୍ଗୁରି ଗାଁ ମଝାମଝି ଦିନକୁ ଶହ ଶହ ହେବି ଟ୍ରକ କ୍ରସରକୁ ଯାଉଛି ଆସୁଛି। ଗାଁ ଲୋକ ଖାଲି ପଥର ଗୁଣ୍ଡରେ ମାତି ପଥର ଗୁଣ୍ଡ ଖାଉଛନ୍ତି । ଗାଡି କେତେବେଳେ କୁକୁର ଉପରେ ମାଡି ଯାଉଛି ତ କେତବେଳେ ଲୋକେ ବି ଗାଡି ହାବୁଡ଼ରେ ପଡି ଖଣ୍ଡିଆ ଖାବରା ହେଉଛନ୍ତି । ବଡ କଥା ହେଲା, ରାସ୍ତାକୁ ଲାଗି ଲୋକଙ୍କ ଘର, ରାସ୍ତାକୁ ଲାଗି କରି ସ୍କୁଲ ରହିଛି। ରୀତିମତ ହେଭି ଲୋଡେଡ୍ ଗାଡି ଆସୁଛି ଯାଉଛି । ଏହାକୁ ବାରଣ କରି ଗାଁ ଲୋକେ ଜିଲ୍ଲାପାଳଙ୍କୁ ବି ଲିଖିତ ଭାବେ ଜଣାଇଛନ୍ତି । କିନ୍ତୁ କ୍ରସର୍ ମାଲିକ ଏବଂ ଟ୍ରକ ମଲିକ ମାନେ ପ୍ରଭାବଶାଳୀ ହୋଇଥିବାରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ ବୋଲି କୁହାଯାଉଛି । ବଲାଙ୍ଗିର ଆମ୍ ଆଦମୀ ପାର୍ଟି ଅସୁରଡୁଙ୍ଗୁରି ଗାଁକୁ ପହଂଚିଥିଲା । ଗାଁ ଲୋକ ସଙ୍ଗେ ଆଲୋଚନା କରିଥିଲେ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ଆପ ଓଡିଶା ପ୍ରବକ୍ତା ଆଶିଷ ପାଣ୍ଡେ । ପାର୍ଟି ତରଫରୁ ପ୍ରଶାସନଙ୍କୁ ଦାବୀ ପତ୍ର ଦିଆଯୀବାକୁ ସ୍ଥିର କରାଯାଇଛି ଅସୁରଡୁଙ୍ଗୁରି ଗାଁ ଭିତରୁ ହେବି ଟ୍ରକ ଯିବା ଆସିବା ବନ୍ଦ କରିବା ପାଇଁ । ଯଦି ପ୍ରଶାସନ ଏହାର ତୁରନ୍ତ ସମାଧାନ ନକଲେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବ ବଲାଙ୍ଗିର ଆମ୍ ଆଦମୀ ପାର୍ଟି ବୋଲି ଶ୍ରୀ ପାଣ୍ଡେ କହିଛନ୍ତି ।

Leave A Reply

Your email address will not be published.