csstore

ଭାରତୀୟ ହକିର ୧୦୦ ତମ ଗୌରବମୟ ବର୍ଷ ପୂର୍ତ୍ତି ପାଳନ ଅବସରରେ ହକି ମ୍ୟାଚ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ଟାଉନ୍ ହାଇସ୍କୁଲ୍ ପଡ଼ିଆ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ହକି ପରିଷଦ ପକ୍ଷରୁ ଭାରତୀୟ ହକିର ୧୦୦ ତମ ଗୌରବମୟ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦୁଇଗୋଟି ପୁରୁଷ ଏବଂ ପ୍ରଦର୍ଶନୀ ହକି ମ୍ୟାଚ ଆୟୋଜନ କରାଯାଇଥିଲା । ଏଥିରେ କ୍ରୀଡ଼ା ଛାତ୍ରାବାସ ବଲାଙ୍ଗିର ଦଳ ୧-୦ ଗୋଲ୍ ରେ ପୃଥ୍ୱୀରାଜ ହାଇସ୍କୁଲ୍ ବଲାଙ୍ଗିରକୁ ଏବଂ ମହିଳା ବର୍ଗରେ ଅଙ୍କରିଆପଦର୍ ଉଚ୍ଚ ବିଦ୍ୟାଳୟ ଦଳ ୧-୦ ଗୋଲ୍‌ରେ ସରକାରୀ ବାଳିକା ବିଦ୍ୟାଳୟ ବଲାଙ୍ଗିର ଦଳକୁ ପରାସ୍ତ କରିଥିଲେ । ଏ ଅବସରରେ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କ ସହିତ ପରିଚିତ ହୋଇ ଆଜିର ଦିନ ବିଷୟରେ ଅବଗତ କରିବା ସହ ସମସ୍ତଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସତ୍ୟପ୍ରକାଶ ମିଞ୍ଜ, କ୍ରୀଡ଼ା ସଂଗଠକ ସୁମିତ୍ ରଞ୍ଜନ ପୁରୋହିତ ଯୋଗଦାନ କରିଥିଲେ । ଉଭୟ ଖେଳକୁ କ୍ରୀଡ଼ା ଶିକ୍ଷକ ବୈକୁଣ୍ଠ ଜେନା, ରଞ୍ଜିତ ବେହେରା, ସୌରଭ ପ୍ରଧାନ, ପ୍ରଣତୀ ପାଣିଗ୍ରାହୀ, ଆରତୀ ସାହୁ ସମସ୍ତ ଖେଳ ପରିଚାଳନା କରିଥିଲେ । ଏଥିରେ ଟାଉନ୍ ହାଇସ୍କୁଲ ଏବଂ କ୍ରୀଡ଼ା ଛାତ୍ରାବାସର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କ୍ରୀଡ଼ା ଛାତ୍ରାବାସ ଅଧିକ୍ଷକ ପରାଶର ବାଗ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.