csstore

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଦୁଇଗୋଟି ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର ତା. ୭ ନଭେମ୍ବର ୨୦୨୫ ରିଖରେ ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଇସିଡିଏସ୍ ସମ୍ମିଳନୀ କକ୍ଷରେ ଆୟୋଜିତ ସାକ୍ଷରତା ଶିବିରରେ ଆସ୍କା ଡିଭିଜନର ସୁପେରିଟେଣ୍ଡ ଅଫ୍ ପୋଷ୍ଟ ଲେଫଟେନେଣ୍ଟ କର୍ଣ୍ଣେଲ ଦିଲୀପ କୁମାର ବେହେରା, ଆସ୍କା ବ୍ୟବସାୟ ପରିଚାଳକ ବିଭୁ ପ୍ରସାଦ ସେଠୀ, ବ୍ରହ୍ମପୁର ସିନିୟର୍ ବ୍ରାଞ୍ଚ ମ୍ୟାନେଜର୍ ଅଫ୍ ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସମ୍ପତ ଭେଙ୍କଟ ରମଣ୍, ପୋଷ୍ଟାଲ୍ ଲାଇଫ୍ ଇନସୁରାନ୍ସ ଡେଭେଲପମେଣ୍ଟ ଅଫିସର ରୁଦ୍ର ଶଙ୍କର ସାହୁ, ବ୍ରହ୍ମପୁର ଉପଖଣ୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଶାନ୍ତି କୁମାରୀ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସ୍ୱାଭିମାନ ସାହୁ ପରିଚାଳନା କରିଥିଲେ । ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା, ସୁରକ୍ଷିତ ସଞ୍ଚୟ, ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ବୀମା, ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଉପକାରିତା, ସାଇବର୍ ଫ୍ରଡ୍‌ ସମ୍ବନ୍ଧରେ ଆଲୋଚନା କରଯାଇଥିଲା । କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ଏବଂ ସମସ୍ତ ଯୋଗ୍ୟ କନ୍ୟା ସନ୍ତାନ ମାନଙ୍କୁ ଏହି ଯୋଜନାରେ ସାମିଲ କରାଇବା ପାଇଁ ଆହ୍ୱାନ କରାଯାଇଥିଲା ।

jayashree
Leave A Reply

Your email address will not be published.