ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହରେ ଅଚଳାବସ୍ଥା, ଅଧ୍ୟକ୍ଷାଙ୍କ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ରେ ଧାନ ସଂଗ୍ରହ ଗତ ତିନି ମାସ ମାସ ଧରି ହୋଇଥିଲେ ମଧ୍ୟ ଏବେବି ଅଚଳାବସ୍ଥା ଜାରି ରହିଛି । ଫଳରେ ଅନେକ ବଜାର ପ୍ରାଙ୍ଗଣରେ ହଜାର ହଜାର ବସ୍ତା ଧାନ ବିକ୍ରୀ ନ ହୋଇ ପଡ଼ି ରହିଛି । ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ କି ଯୋଗାଣ ବିଭାଗ ଉଚିତ୍ ପଦକ୍ଷେପ ଗ୍ରହଣ ନ କରିବା ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଓ ମହିଳା ମୋର୍ଚ୍ଚା ସଭ୍ୟା ମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ଟୋକନ ଅବଧି ଏବେ ଶେଷ ହେବାକୁ ଥିବା ବେଳେ ଧାନ କିଣାରେ ଅଚଳାବସ୍ଥା ଚିନ୍ତାର କାରଣ ହୋଇଛି । ବିଶେଷ କରି ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଅଧିକ । ଉପଖଣ୍ଡ ଅନ୍ତର୍ଗତ ଲଖମରା ପ୍ୟାକ୍ସ ଠାରେ ଏବେ ମଧ୍ୟ ୨୦ ହଜାର କ୍ଵିଣ୍ଟାଲରୁ ଅଧିକ ଧାନ ପଡ଼ି ରହିଛି ବୋଲି ଅଧ୍ୟକ୍ଷା ଅଭିଯୋଗ କରିଥିଲେ ।

Leave A Reply

Your email address will not be published.