ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପର୍ଲିମାଲ ଗାଁ ଠାରେ ୧୩ତମ ବିରାଟ ବାଲିଯାତ୍ରାର କଳସ ଯାତ୍ରା ଆୟେଜେିତ ହୋଇଯାଇଛି । ଉକ୍ତ କଳସ ଯାତ୍ରାରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରି ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ନିକଟରେ ଥିବା ଲାନ୍ତ ନଦୀକୁ ଯାଇଥିଲେ । ସେଠାରେ ପୂଜକ ରିଙ୍କୁ ମିଶ୍ର ମନ୍ତ୍ର ପଢି ପୂଜାର୍ଚ୍ଚନା କରିଥିଲେ । ପରେ ସେଠାରୁ ପବିତ୍ର ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଏହି ଯାତ୍ରା ଦୀର୍ଘ ଛଅ ଦିନ ଧରି ଚାଲିବ । ଦର୍ଶକ ମାନଙ୍କ ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଦଣ୍ଡନୃତ୍ୟ, ନାଟକ, ସଂକୀର୍ତ୍ତନ, ଘୁମୁରା ଓ ଜଳନ୍ଧର ଦରବାର କାର୍ଯ୍ୟକ୍ରମ ରଖାଯାଇଛି । ତା ସହ ମୀନା ବଜାରର ଉପଭୋଗ ମଧ୍ୟ କରି ପାରିବେ ।