କଳିଙ୍ଗର ନୌବାଣିଜ୍ୟ ଓଡ଼ିଆ ପୁଅର ବୀରତ୍ଵର ଗାଥାକୁ ସ୍ମରଣ କରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାଚୀନ କଳିଙ୍ଗର ନୌବାଣିଜ୍ୟ ଓଡ଼ିଆ ପୁଅର ବୀରତ୍ଵର ଗାଥାକୁ ସ୍ମରଣକରେ, ଯାହାକି ଭାରତ ଇତିହାସର ଗୌରବମୟ ଗାଥା ସ୍ୱରୂପ ଏକ ସ୍ଵର୍ଣ୍ଣିମ ଅଧ୍ୟାୟକୁ ପ୍ରତିପାଦନ କରେ ବୋଲି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଆୟୋଜିତ ସାରସ୍ଵତ ସମାବେଶରେ ବକ୍ତାମାନେ ଆଲୋକପାତ କରିଛନ୍ତି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାସପୂର୍ଣ୍ଣିମା ତିଥି ଦିବସଟି ଓଡ଼ିଆଙ୍କ ସ୍ମୃତି ସ୍ୱରୂପ ଓଡ଼ିଆ ଜାତିର ପରମ୍ପରାକୁ ଚିରସ୍ଥାୟୀ କରିବା ଲକ୍ଷ୍ୟ ନେଇ ବୋଇତ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥାଏ ବୋଲି କୁହାଯାଇଛି । ଏହି ଅବସରରେ ସ୍ୱରଚିତ କବିତା ପାଠୋତ୍ସବ ଏବଂ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅଗ୍ରଣୀ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦ, ଛତ୍ରପୁର ଆନୁକୂଲ୍ୟରେ ବୁଧବାର ଅପରାହ୍ନରେ ଆୟୋଜିତ ହୋଇଯାଇଛି । କବି ଡ଼ଃ.ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟଠାରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ମହତ୍ତ୍ୱ ଏବଂ ଆମ ଐତିହ୍ୟ, ସଂସ୍କୃତି, କଳିଙ୍ଗର ପରମ୍ପରା ଓ ନୌବାଣିଜ୍ୟ ସଂସ୍କୃତି ଉପରେ ବକ୍ତାମାନେ ଆଲୋକପାତ କରିଥିଲେ । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ପ୍ରମୋଦ କୁମାର ପୃଷ୍ଟି ଯୋଗଦେଇ କଳିଙ୍ଗର ନୌବାଣିଜ୍ୟ ତଥା ବିଦେଶରେ ଓଡ଼ିଆ ସାଧବ ପୁଅଙ୍କ ବାଣିଜ୍ୟ ନୀତି ଉପରେ ବିଶେଷ ଆଲୋକପାତ କରିଥିଲେ । ସମ୍ମାନିତ ବକ୍ତା ଭାବେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଡି.ଆଇ. ନିରଞ୍ଜନ ତ୍ରିପାଠୀ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ସୁରେନ୍ଦ୍ର ନାଥ ପାଢ଼ୀ, ସଭାପତି ଡ଼ଃ. ପ୍ରଶାନ୍ତ କୁମାର ଶତପଥୀ, ଅନୁଷ୍ଠାନର ସମ୍ପାଦକ ସୋମନାଥ ସାହୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ଅତିଥି ମଞ୍ଚାସୀନ ହୋଇଥିଲେ ଏବଂ ଏହି ଦିବସର ମହତ୍ତ୍ୱ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ସାମ୍ବାଦିକ କେ. ସତ୍ୟନାରାୟଣ ରେଡ୍ଡୀ ଯୋଗଦେଇ ଗଞ୍ଜାମରେ ଥିବା ପ୍ରାଚୀନ କଳିଙ୍ଗର ବନ୍ଦର ଗୁଡିକ ବିଷୟରେ ସମ୍ୟକ୍ ବିବରଣୀ ଦର୍ଶାଇଥିଲେ । ସେହି ସବୁ ପ୍ରାଚୀନ ବନ୍ଦର ଗୁଡ଼ିକର ପୁନଃରୁଦ୍ଧାର କରିବା ଦିଗରେ ସରକାର ଓ ପ୍ରଶାସନ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । କବି ନିରଞ୍ଜନ ତ୍ରିପାଠୀ, ଶରତ ମହାପାତ୍ର, ବାସନ୍ତିଲତା ସ୍ୱାଇଁ, ବିନୋଦିନୀ ନାୟକ, ଶୈଳବାଳା ପାଣିଗ୍ରାହୀ, ଉମାକାନ୍ତ ବେହେରା, ଯତିରାଜ ନାୟକ, ବଳରାମ ପଲେଇ, ଟି.ରାମାନୁଜ ଦାସ, ସନ୍ତୋଷ ବାଡ଼ତ୍ୟା, ବିଜୟ ରାଉଳ, ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜି. ପାପା ରାଓ, ଅଶ୍ୱିନୀ ଚୌଧୁରୀ, ସୁଧାରଣୀ ମିଶ୍ର, ଚିତ୍ତରଞ୍ଜନ ପଣ୍ଡା, ରାମଚନ୍ଦ୍ର ନନ୍ଦ, ନରେନ୍ଦ୍ର ପଣ୍ଡା, ଦୁର୍ଗା ଚରଣ ପଲେଇ, ତ୍ରିନାଥ ସାହୁ, ଟଙ୍କଧର ଛଟାଇ, ପ୍ରଣତି ପଢାଳ, ବିଜୟ ନାୟକ, ରୀତା ରଥ, ଅଜିତ ସେଠୀ, ପି. ଆଦେୟା, ବସନ୍ତ ବେହରା, ଯୋଗ ଦେଇ ସ୍ୱରଚିତ କବିତା ପଠନ କରିଥିଲେ । ପ୍ରଶାନ୍ତ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀମତୀ ସୁଦ୍ଧାଞ୍ଜଳି ମିଶ୍ର କବିତା ଆସରର ସଂଯୋଜନା କରିଥିଲେ । ଶେଷରେ ଶିଶୁ ସାହିତ୍ୟିକ କବି ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.