ନୃସିଂହନାଥରେ ସରିଲା ପଞ୍ଚୁକ :ପୂର୍ଣ୍ଣମା ଦିନ ବୋଇତ ବନ୍ଦାଣରେ ପ୍ରବଳ ଭିଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୃସିଂହନାଥ ପୀଠରେ ବୁଧବାର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା । ଏଠାରେ ଶହ ଶହ ମହିଳାମାନେ ରହି ସବୁଦିନ ଗାଧୋଇ ସାରି ତୁଳସୀ ଚଉରାରେ ପୂଜାପାଠ କରି କାର୍ତ୍ତିକ ପୁରାଣ ଗାଉଥିଲେ ଓ ଶୁଣୁଥିଲେ । ପ୍ରାୟ କାର୍ତ୍ତିକ ମାସର ଶେଷ ସପ୍ତାହରେ ବୁଡ଼ ପକାଇ ଥିଲେ । ଭଗବାନ ନୃସିଂହନାଥ ମନ୍ଦିରରେ ମାସ ସାରା ଭକ୍ତମାନଙ୍କ ପ୍ରବଳ ଭିଡ ହେଉଥିଲା । ମଙ୍ଗଳବାର ରାତ୍ରରେ ପାଳନ ହୋଇଥିଲା ଅଁଳା ତଳ । ଏଥିରେ ସାମୁହିକ ଭାବରେ ପ୍ରାୟ ପାଞ୍ଚ ହଜାର ଭକ୍ତ ଭାତ, ଡାଲି ତରକାରୀ ଖିରି ପିଠା ମାଗଣାରେ ଭୋଜନ କରିଥିଲେ । ଏହି ଅନ୍ନ ପ୍ରସାଦ ବଣ୍ଟନରେ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ । ବୁଧବାର ଭୋର ତିନିଟାରୁ ମା’ ଭଉଣୀମାନେ ପବିତ୍ର ପାପନାଶିନୀ ଝରଣାରେ ବୁଡ଼ ପକାଇ ବୋଇତ ବନ୍ଦାଇ ସଳିତା ଜାଳି ପାଣିରେ ଭସାଇ ପୂଜାପାଠ କରିବାର ଦେଖା ଯାଇଥିଲା । ହଜାର ହଜାର ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯାଇଥିଲା ବୋଲି ନୃସିଂହନାଥ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଥିଲେ ।

Leave A Reply

Your email address will not be published.