କୁତୁର୍ଲା ଯାଦବ ସମାଜର ବାର୍ଷିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : କୁତୁର୍ଲା ଯାଦବ ସମାଜ ତରଫରୁ କୁତୁର୍ଲା ନିକଟସ୍ଥ ସୋନଗଡ ନଦୀରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଅବସରରେ କୃତୁର୍ଲା ଓ ଆମ୍ବାପାଲିର ସମସ୍ତ ଯାଦବ ପରିବାର ଅଂଶଗ୍ରହଣ କରିଥିଲେ । ଯାଦବ ସମିତିର କିପରି ସାହାଯ୍ୟ ସହଯୋଗ ପରସ୍ପର ପ୍ରତି ସ୍ନେହ ବଜାୟ ରହିବ ସେ ଦିଗରେ ଆଲୋଚନା କରାଯାଇଥିଲା । ଢେବା ରାଉତ, ଧଡି ଶାଣ୍ଡ, ସୁବାଧର ବନାଛୋର, ବିରେନ୍ଦ୍ର ମନହିରା, ଧୁବା ଚନ୍ଦନ, ଲବ ବାଗ, ରାଜୀବ ପୋଢ, ମନୋକ ଚନ୍ଦନ, ସୁରେନ୍ଦ୍ର ମନହିରା ସାହାଯ୍ୟର ହାତ ବଢ଼ାଇଥିଲେ। ଯାଦବ ସମିତିର ସମସ୍ତେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.