ପୋଲିସ ହାଇସ୍କୁଲରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମନୋହରପୁର ପୋଲିସ ହାଇସ୍କୁଲର ହିନ୍ଦୀ ଶିକ୍ଷକ ରାଜେନ୍ଦ୍ର କୁମାର ବନଛୋର ଓ ପୂର୍ବତନ ସଂସ୍କୃତ ଶିକ୍ଷକ ଭିକାରୀ ଚରଣ କର ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯାଜ୍ଞସିନୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଗୋଷ୍ଠି ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ବିଜ୍ଞାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶିକ୍ଷକ କିଶୋର ଚନ୍ଦ୍ର ବିଶ୍ୱାଲ, କୃଷ୍ଣପ୍ରୀୟା ପଣ୍ଡା, ପରୀକ୍ଷିତ ଅଗସ୍ତି ଓ ଛାତ୍ର ସଂଜୟ ସାହୁ ନିଜର ବକ୍ତବ୍ୟ ରଖିଥିଲେ । ଶରତ ନାଗ ଓ ତ୍ରିନାଥ ମନହିରା ସହଯୋଗ କରିଥିଲେ ଓ ଶେଷରେ ଶିକ୍ଷକ ସରୋଜ ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!