ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ହେଉଛି ଜିଲ୍ଲା ତଥା ବ୍ଲକର ଏକ ପଛୁଆ ଅଂଚଳ ଜିଲ୍ଲାର ସୀମାନ୍ତ ଓ ଉପାନ୍ତ ଅଂଚଳ ଭାବେ ମଧ୍ୟ୍ୟ ଚୀର ପରିଚିତ । ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ଏ ଅଂଚଳକୁ ଦୃଷ୍ଟି ଦେଇ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାକୁ ଗମନା ଗମନର ସୁଗମ କରିବା ପାଇଁ ଗତ ୨୦୧୯ ନିର୍ବାଚନ ସମୟରେ ପୂର୍ବତନ ସାଂସଦ (ରାଜ୍ୟସଭା ) କଳିକେଶ ନାରାୟଣ ସିଂହଦେଓ ଓ ପୂର୍ବତନ ବିଧାୟକ ଯୋଗୀନ୍ଦ୍ର ବେହେରା ତା ୭-୩-୨୦୧୯ ରେ କୁଟାସିଂହା -କପାଶିରା ଅଙ୍ଗ ନଦୀ ସେତୁର ଭିତ୍ତିପ୍ରସ୍ଥର ସ୍ଥାପନା କରିଥିଲେ । ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ତରଫରୁ ନିର୍ମାଣକାରୀ ସଂସ୍ଥା ଭାବେ ଆଶୀର୍ବାଦ କଣ୍ଟ୍ରାକସନକୁ ଚୟନ କରାଯାଇଥିଲା । ଏଥି ପାଇଁ ଟ ୩୫.୯୪ କୋଟି ଅଟକଳ ପରିମାଣ ଥିଲା । ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଜନ ପକ୍ଷରୁ ତା ୩-୩-୨୦୨୪ ରେ ସମାପ୍ତ କରିବାକୁ ଚୁକ୍ତି ଥିବାବେଳେ ବର୍ତମାନ ସୁଦ୍ଧା ଏହା ସମ୍ପୂର୍ଣ ହୋଇ ନ ଥିବାରୁ ବୁଦ୍ଧି ଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ମତେ ଦୀର୍ଘ ୬ ମାସରୁ ଉର୍ଦ୍ଧ ହେବ ନିର୍ମାଣ କାର୍ଯ୍ୟ ବନ୍ଦ ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି, ଆହୁରି ମଧ୍ୟ୍ୟ କହିଛନ୍ତି ଏହି ସେତୁ ସମ୍ପୂର୍ଣ ନହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରାଯିବ । ତେଣୁକରି ପ୍ରଶାସନ ଦୃଷ୍ଟି ଦେଇ ଏଥିପ୍ରତି ଉଚିତ ପଦକ୍ଷେପ ନେବାକୁ ଅଂଚଳ ବାସି ଦାବୀ କରିଛନ୍ତି ।