mahavir

ପତ୍ରପୋଡା ରୋଗାକ୍ରାନ୍ତ ଧାନକ୍ଷେତରେ କୃଷି ବୈଜ୍ଞାନିକଙ୍କ ଅନୁଧ୍ୟାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ପଂଚାୟତରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା କବକ ପତ୍ରପୋଡା ରୋଗାକ୍ରାନ୍ତ ଧାନ କ୍ଷେତରେ ବୁଧବାର ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ସୂର୍ଯ୍ୟନାରାୟଣ ମିଶ୍ର, ବୈଜ୍ଞାନିକ ଡ. ସ୍ମୃତିମୟୀ ମିଶ୍ର କ୍ଷେତ୍ରୀୟ ଅନୁଧ୍ୟାନ କରିଛନ୍ତି । ଡ. ମିଶ୍ରଙ୍କ ସହ ଡେଲାଙ୍ଗ ବ୍ଲକ କୃଷି ଅଧିକାରୀ ମାନସୀ ମଧୁଭାଷିନୀ ପଶାୟତ, ସହକାରୀ କୃଷି ଅଧିକାରୀ ମନୋଜ କୁମାର ବାରିକ, ବୈଷୟିକ ପରିଚାଳକ ଜ୍ଞାନରଞ୍ଜନ ହରିଚନ୍ଦନ ପ୍ରମୁଖ ସର୍ବାଧିକ କ୍ଷତିଗ୍ରସ୍ତ ମୁନିନ୍ଦା ପଂଚାୟତ ଧାନ କ୍ଷେତର ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରତିକାର ପରାମର୍ଶ ଦେଇଛନ୍ତି । ନୀଳାଚଳ କୃଷକ ମହାସଂଘର ମୁନିନ୍ଦା ପଂଚାୟତ ସଭାପତି ଉଲ୍ଲାସ ଚନ୍ଦ୍ର ନାୟକ, ପଂଚାୟତ ପ୍ରମୁଖ ଅଶୋକ ପ୍ରଧାନ ଓ଼ଗେର ଚାଷୀମାନେ ସେମାନଙ୍କ ଦୁଃଖ କୃଷି ବୈଜ୍ଞାନିକଙ୍କୁ ଅବଗତ କରାଇଥିଲେ । ରୋଗ ପୋକ ନିୟନ୍ତ୍ରଣ ପାଇଁ ଏକ ଚାଷୀ ସଚେତନତା କର୍ମଶାଳା ମୁନିନ୍ଦା ଠାରେ ଶନିବାର କରାଯିବାକୁ ଡ. ମିଶ୍ର ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.