କପିଲାଭଟାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାବ୍ଦୀ ଉତ୍ସବ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗାଁରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାବ୍ଦୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ କପିଲାଭଟା ମଣ୍ଡଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ବଲାଙ୍ଗିରର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ମୁଖ୍ୟବକ୍ତା ଭାବେ ଜିଲ୍ଲା ବିସ୍ତାରକ ସତ୍ୟେନ୍ଦ୍ର ସୁନା, ଭାଲୁମୁଣ୍ଡା ମଣ୍ଡଳ ପ୍ରମୁଖ ହରେଶ କେତକୀ, ସୁଶାନ୍ତ ଠେଲା ପ୍ରମୁଖ ଯୋଗ ଦେଇ ସଂଘର ତ୍ୟାଗ, ବଳିଦାନ ଓ ହିନ୍ଦୁତ୍ୱର ସୁରକ୍ଷା ପାଇଁ ଲୋକଙ୍କୁ ଆହ୍ୱାନ କରିଥିଲେ । ସମସ୍ତ ସ୍ୱୟଂ ସେବକ ସନ୍ଧ୍ୟାରେ ଗ୍ରାମ ପରିକ୍ରମା କରିବା ପରେ ସଭାକାର୍ଯ୍ୟ ହୋଇଥିଲେ । ଏଥିରେ ଅଞ୍ଚଳବାସୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.