ଛତ୍ରପୁର ବଡ଼ବଜାର ଗଜଲକ୍ଷ୍ମୀଙ୍କ ପୂଜା ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବଡ଼ବଜାର ବଣିକ ସଂଘ ଆନୁକୂଲ୍ୟରେ ଧନଧାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାର୍ବଣ ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇଯାଇଛି । ଦୈନିକ ସନ୍ଧ୍ୟା ବେଳେ ମା’ ଗଜଲକ୍ଷ୍ମୀଙ୍କ ଆରତୀ, ବନ୍ଦାପନା ଓ ଦର୍ଶନ ପାଇଁ ଶହସ୍ରାଧିକ ମହିଳା ଗୋଷ୍ଠୀ ଯୋଗଦେଇ ମା’ଙ୍କ ସ୍ତୋତ୍ର, ବନ୍ଦନା, ଜଣାଣ ଗାନ କରିବା ସାଂଗକୁ ହୁଳହୁଳି ଧ୍ୱନିରେ ମୁଖରୀତ କରିଆସୁଥିଲେ । ଅଗଣିତ ଭକ୍ତ ମା’ ଗଜଲକ୍ଷ୍ମୀଙ୍କ ପୂଜା ସନ୍ଧ୍ୟାରେ ଆରତୀ ଦର୍ଶନ କରି ବିମୋହିତ ହୋଇଯାଇଥିଲେ । ଦେବୀଙ୍କ ଦର୍ଶନରେ ଅଗଣିତ ଭକ୍ତ ବିଭୂକୃପା ଲାଭ କରିଛନ୍ତି । ଉଦଯାପନୀ ଦିବସର ମଧ୍ୟାହ୍ନରେ ରାଜରାସ୍ତା ଉପରେ ଆନନ୍ଦବଜାରରେ ଶହସ୍ରାଧିକ ଭକ୍ତଗଣ ଅନ୍ନପ୍ରସାଦରେ ଆପ୍ୟାୟିତ ହୋଇ ଖୁସିବ୍ୟକ୍ତ କରିଛନ୍ତି । ବର୍ଣ୍ଣାଢ଼୍ୟ ପଟୁଆରରେ ଦେବୀଙ୍କ ଭସାଣୀ ଯାତ୍ରା ସମାପନ ହୋଇଥିଲା ।

Leave A Reply

Your email address will not be published.