ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ୬୯ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୫ ଗୁରୁବାର ଗାଦିବ୍ରହ୍ମ ଦେବ ଜୋନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗ ଠାରେ ଡେଲାଙ୍ଗ-ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ କରକମଳରେ ଶୁଭ ଉଦଘାଟନ ହୋଇଯାଇଛି । ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ସଂଯୁକ୍ତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡ଼ା ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଧାୟକ ଆଶ୍ରିତ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ଉପାଧ୍ୟକ୍ଷ ଲଚ୍ଛମନ ଦଳେଇ ସମାଜସେବୀ ଦୀନବନ୍ଧୁ ବେଉରା, ପ୍ରଧାନଶିକ୍ଷୟିତ୍ରୀ ମିନା ମଙ୍ଗରାଜ, କ୍ରୀଡା ଚମ୍ପିୟାନ ନିର୍ଦ୍ଦେଶକ ଆର୍ତ୍ତତ୍ରାଣ ମହାନ୍ତି, ବଟକୃଷ୍ଣ ଜେନା, ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ସମ୍ପାଦକ ସୂର୍ଯ୍ୟନାରାୟଣ ଜେନା, ମୁଖ୍ୟ ସଂଯୋଜକ ନଟବର ସେଠି ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ମୂଲ୍ୟାଙ୍କନ ଓ ପ୍ରତିଭା ଅନ୍ୱେଷଣ ଊପରେ ଆଲୋକପାତ କରିଥିଲେ । ମୁଖ୍ୟ ସଂଯୋଜକ ନଟବର ସେଠୀ ଅତିଥି ପରିଚୟ ଓ ସମ୍ବର୍ଦ୍ଧନା ଦେଇଥିବା ବେଳେ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନର ସମ୍ପାଦକ ସୂର୍ଯ୍ୟନାରାୟଣ ଜେନା ସ୍ୱାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପରେ ପରେ କ୍ରୀଡ଼ା ପତକା ଉତ୍ତୋଳନ ସହ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କବାଡ଼ି ପ୍ରତିଯୋଗିତାରେ ଡେଲାଙ୍ଗ ବ୍ଲକର ଗାଦିବ୍ରହ୍ମ ଦେବ ଜୋନ, ବକ୍ରେଶ୍ୱର ଦେବ ଜୋନ, ସୋମନାଥ ଦେବ ଜୋନ, ରାଧାକାନ୍ତ ଦେବ ଜୋନ, ଚାରୋଟି କ୍ରୀଡା ଜୋନ ବିଦ୍ୟାଳୟର ୨୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶାରୀରିକ ଶିକ୍ଷକ ପୁରୁଷୋତ୍ତମ ମୁଦୁଲି, ନନ୍ଦିତା ବେହେରା ଜିତେନ୍ଦ୍ର ଦାଶ, କେସି ରାମ ହେମ୍ବ୍ରମ, ସହଦେବ ମଲ୍ଲିକଙ୍କ ସମେତ ସମସ୍ତ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ବିଦ୍ୟାଳୟ ପରିଚାଳନା କମିଟି ଏଥିରେ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ମିନା ମଙ୍ଗରାଜ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
Prev Post