ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକର ବେରବୋଇ ଗାନ୍ଧୀ ପୀଠରେ କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଯୁବ କଂଗ୍ରେସ ନେତା ନିର୍ମଳ ପରିଡା, ଜବାହାରଲାଲ୍ ବିଶ୍ୱାଳ, ପ୍ରହ୍ଲାଦ ପ୍ରଧାନ, ପ୍ରକାଶ ନାୟକ, ଅଭିମନ୍ୟୁ ପରିଡା, ଚିତ୍ତ୍ତରଂଜନ ମହନ୍ତ, ବିକ୍ରମ ପ୍ରଧାନ, ମାନସ କୁମାର ପରିଡା, ରଜନୀକାନ୍ତ ବସ୍ତିଆ ପ୍ରମୁଖ କଂଗ୍ରେସ କର୍ମୀମାନେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହିତ ରାମଧୂନ ଗାନ କରିଥିଲେ । ଆମ ଦେଶକୁ ସ୍ୱାଧିନତା ଦେବାର ମହାତ୍ମାଗାନ୍ଧୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହିତ ଗାନ୍ଧୀବାଦୀ ଚିନ୍ତାଧାରା ଆପଣେବାକୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଗାନ୍ଧିବାଦୀ ଚିନ୍ତାଧାରା ଆପଣେଇ ନୂତନ ସ୍ୱଚ୍ଛ ଓ ଭାତୃଭାବାପୂର୍ଣ୍ଣ ସମାଜ ଗଠନ କରିବାକୁ କଂଗ୍ରେସ ନେତା ଶ୍ରୀ ମହାପାତ୍ର ଆହ୍ୱାନ ଦେଇଥିଲେ ।
Prev Post