ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବଲାଙ୍ଗିର ନଗର ତରଫରୁ ଶତାବ୍ଦୀ ବର୍ଷରେ ହେବାକୁ ଥିବା ୭ଟି କାର୍ଯ୍ୟକ୍ରମ ମଧ୍ୟରୁ ପ୍ରଥମ ଉଦ୍ଘାଟନ କାର୍ଯ୍ୟକ୍ରମ ବିଜୟା ଦଶମୀ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱୟଂ ସେବକମାନଙ୍କର ପଥ ସଂଚଳନ ହୋଇଥିଲା । ତାପରେ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ନଗର ସଂଘଚାଳକ ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗ ସଂଘ ଚାଳକ ଯତିନ୍ଦ୍ର ମୋହନ ସେଠୀଙ୍କ ସହିତ ପୂଜ୍ୟ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ, ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀ, ସ୍ୱାମୀ ପରମାନନ୍ଦ ସରସ୍ୱତୀ ଉପସ୍ଥିତ ଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓଡିଶା ପ୍ରାନ୍ତ ସହ କାର୍ଯ୍ୟବାହ ହରିଶ୍ଚନ୍ଦ୍ର ପରିଡା ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ ସେ ସ୍ୱୟଂ ସେବକମାନଙ୍କୁ ଉତ୍ସାହିତ କରିବା ସହ ସଂଘ କାର୍ଯ୍ୟକୁ ଗତି ଦେବା ପାଇଁ ପ୍ରେରଣା ଦେଇଥିଲେ । କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ ବୈଦ୍ୟୁତିକ ଏବଂ ସୂଚନା ବିଭାଗର ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ସଂଘର ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ପ୍ରଣବ କୁମାର ନାୟକ, ସ୍ୱପ୍ନେଶ୍ୱର ମହାକୁଡ ଏବଂ କେଶବ ପଟେଲ, ବିଭାଗ ସ୍ତରୀୟ କାର୍ଯ୍ୟକର୍ତ୍ତା ସୁରେନ୍ଦ୍ର କୁମାର ସେଠ, ଆଶିଷ ମଣ୍ଡଳ, ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ଆଲୋକ ପଟେଲ, ସୁଶାନ୍ତ କୁମାର ନାୟକ, ଦୟାନିଧି କରଣ, ପ୍ରକାଶ ତରିଆ ଏବଂ ନଗରସ୍ତରୀୟ କାର୍ଯ୍ୟକର୍ତ୍ତା ତଥା ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ବଲାଙ୍ଗିର ନଗରର ବିଶିଷ୍ଟ ସଜ୍ଜନ ମଣ୍ଡଳି ଏବଂ ମାତୃଶକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।