ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ରୌପ୍ୟ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଚାରା ରୋପଣ ସହ ମାଗଣା ସ୍ୱାସ୍ଥ୍ୟ ଶିବିରର ଅନୁଷ୍ଠିତ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଶିବରରେ ବହୁଲୋକ ମାଗଣା ଚିକିତ୍ସା ସୁବିଧା ପାଇବା ସହ ମାଗଣା ଔଷଧ ମଧ୍ୟ ପାଇଥିବା ନେଇ ଜଣାପଡ଼ିଛି । ଏହା ପରେ ସନ୍ଧ୍ୟା ସମୟରେ ବଲାଙ୍ଗିର ସହରର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ବିଏ୍‌ସ୍‌ଏନ୍‌ଏଲ୍‌ କର୍ମଚାରୀ ମାନେ ଯୋଗ ଦାନ କରିଥିବା ବେଳେ କାର୍ଯ୍ୟକ୍ରମଟି ଏଜିଏମ୍‌ ତାରିଣୀ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରଶାନ୍ତ କୁମାର ମେହେର, ଲକ୍ଷ୍ମଣ ମେହେର ଓ ଅନ୍ୟ କର୍ମକର୍ତ୍ତାଙ୍କ ବିଶେଷ ସହ ଯୋଗୁଁ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା ।

Leave A Reply

Your email address will not be published.