ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ଗାନ୍ଧୀ ନଗର ପଡ଼ାସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ରେ ଦେଓଗାଁ ଚିନିକଳ ସଂଘର୍ଷ ସମିତି ର ମୁଖ୍ୟ ଆବାହକ ତଥା କୃଷକ ସଂଘର୍ଷ ସମିତି ର ସଭାପତି ବିଶିଷ୍ଟ ଶ୍ରମିକ ନେତା ବିଭୁଦତ୍ତ ମିଶ୍ର, ଅନ୍ୟତମ ଆବାହକ ତଥା ପଶ୍ଚିମ ଓଡିଶା ସେବା ସଂଘର ସଭାପତି ରାଜେଶ ବଗର୍ତ୍ତୀ, ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀ, ଆବାହକ ତଥା ଭୂମିହୀନ ଆନ୍ଦୋଳନ ନେତା ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ ପ୍ରମୁଖ ମାଲ୍ୟାର୍ପଣ କରିବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଆଜିର ଯୁବ ସମାଜ ବିଭିନ୍ନ ସାମାଜିକ ସଂସ୍କାରରେ ନିଜକୁ ପ୍ରେରିତ କରିବାକୁ ନିବେଦନ କରାଯାଇଥିଲା । ଶାନ୍ତିଦୂତ ସ୍ଵର୍ଗତ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।